ନୂଆଦିଲ୍ଲୀ, ୦୮ ଜୁଲାଇ (ହି.ସ.) – କଂଗ୍ରେସ ପ୍ରବକ୍ତା ସୁପ୍ରିୟା ଶ୍ରୀନେତ ମଙ୍ଗଳବାର ମୋଦୀ ସରକାରଙ୍କ ଉପରେ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ଼ (ସେବି) କୁ ଦୁର୍ବଳ କରୁଥିବା ଅଭିଯୋଗ କରିଛି । ସେ କହିଛନ୍ତି ଯେ, ଦେଶର ବହୁତ ସଂସ୍ଥା ମୋଦୀ ସରକାରରେ ଲଗାତର କମଜୋର ହେଉଛି ଏବଂ ଏଥିରେ ସବୁଠାରୁ ପ୍ରମୁଖ ନାମ ସେବିର ରହିଛି । ଶ୍ରୀନେତ ଅଭିିଯୋଗ କରିଛନ୍ତି ଯେ, ସେବିର ନାକ ତଳେ ବଡ଼ ଧରଣର ଠକେଇ ହୋଇଛି ଯାହା ସାଧାରଣ ନିବେଶକ ମାନଙ୍କୁ ବିପୁଳ କ୍ଷତି ପହଂଚାଇଛି । ଆମେରିକୀୟ ଆଲଗୋ ବାଣିଜ୍ୟ କମ୍ପାନୀ ଜେନ ଷ୍ଟ୍ରିଟର ଉଦାହରଣ ଦେଇ ସେ କହିଥିଲେ ଯେ, ଏହି କମ୍ପାନୀ ଭାରତୀୟ ଷ୍ଟକ୍ ବଜାର ଏବଂ ଡେରିଭେଟିବ ବଜାରରେ ଏକକାଳୀନ ବେଆଇନ ଭାବରେ କାର୍ଯ୍ୟ କରୁଥିଲା ଏବଂ ବିପୁଳ ଲାଭ କରୁଥିଲା । କଂଗ୍ରେସ ମୁଖପାତ୍ର କହିଛନ୍ତି ଯେ, ଜୁଲାଇ ୩ରେ ସେବୁ ଏକ ମଧ୍ୟବର୍ତୀକାଳୀନ ନିର୍ଦ୍ଦେଶ ଜାରି କରି ଜେନ ଷ୍ଟ୍ରିଟ ଏବଂ ଏହାର ଚାରି ସହଯୋଗୀଙ୍କୁ ଭାରତରେ ବାଣିଜ୍ୟ କରିବାକୁ ବାରଣ କରିଥିଲା ଏବଂ କମ୍ପାନୀର ୪୮୪୪ କୋଟି ଟଙ୍କା ଜବତ କରିଥିଲା । ଏହି ଆଦେଶ ଜାନୁୟାରୀ ୨୦୨୩ ରୁ ମାର୍ଚ୍ଚ ୨୦୨୫ ମଧ୍ୟରେ ମାତ୍ର ୧୮ଟି ବାଣିଜ୍ୟ ଅଧିବେଶନର ପରୀକ୍ଷା ଆଧାରରେ ଜାରି କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ