ବନ୍ୟାରେ ଭାସିଗଲା ନେପାଳ ଏବଂ ଚୀନକୁ ସଂଯୋଗ କରୁଥିବା ସେତୁ
କାଠମାଣ୍ଡୁ, 8 ଜୁଲାଇ (ହି.ସ)-ଚୀନରେ ଗତ ରାତିରେ ଆସିଥିବା ବନ୍ୟା ଯୋଗୁଁ ନେପାଳର ସୀମାବର୍ତ୍ତୀ ଅଞ୍ଚଳରେ ମଧ୍ୟ ବ୍ୟାପକ କ୍ଷତି ହୋଇଛି।ନେପାଳ ଏବଂ ଚୀନ ମଧ୍ୟରେ ଏକମାତ୍ର ବାଣିଜ୍ୟ କେନ୍ଦ୍ର ରସୁୱାଗଢୀ ଏବଂ ଚୀନକୁ ସଂଯୋଗ କରୁଥିବା ସେତୁ ବନ୍ୟାରେ ଭାସିଯାଇଛି।ଚୀନରୁ ନେପ
ବନ୍ୟାରେ ଭାସିଗଲା ନେପାଳ ଏବଂ ଚୀନକୁ ସଂଯୋଗ କରୁଥିବା ସେତୁ


କାଠମାଣ୍ଡୁ, 8 ଜୁଲାଇ (ହି.ସ)-ଚୀନରେ ଗତ ରାତିରେ ଆସିଥିବା ବନ୍ୟା

ଯୋଗୁଁ ନେପାଳର ସୀମାବର୍ତ୍ତୀ ଅଞ୍ଚଳରେ ମଧ୍ୟ ବ୍ୟାପକ କ୍ଷତି ହୋଇଛି।ନେପାଳ ଏବଂ ଚୀନ ମଧ୍ୟରେ

ଏକମାତ୍ର ବାଣିଜ୍ୟ କେନ୍ଦ୍ର ରସୁୱାଗଢୀ ଏବଂ ଚୀନକୁ ସଂଯୋଗ କରୁଥିବା ସେତୁ ବନ୍ୟାରେ ଭାସିଯାଇଛି।ଚୀନରୁ

ନେପାଳ ରପ୍ତାନି ହେଉଥିବା ଶହଶହ ଇଲେକ୍ଟ୍ରିକ ଭେଇକିଲ ପାଣିରେ ଭାସିଯାଇଛି।ମାଲବୋଝେଇ କଣ୍ଟେନରଗୁଡିକନଦୀରେ ଭାସୁଥିବା ଦେଖାଯାଉଛି।ସୀମାରେ ଠିଆ ହୋଇଥିବା

ଅନେକ ଟ୍ରକ ମଧ୍ୟ ପାଣିରେ ବୁଡିଯାଇଛି,ଯାହାଫଳରେ ସେଥିରେ ରଖାଯାଇଥିବା ସାମଗ୍ରୀ କ୍ଷତିଗ୍ରସ୍ତ

ହେବାର ସମ୍ଭାବନା ଅଧିକ।ଏହି ବନ୍ୟା ଯୋଗୁଁନେପାଳର ପ୍ରାୟ 16 ଜଣ ନିଖୋଜ ଥିବା ଜଣାପଡିଛି।ରସୁୱାଗଢିର ଜିଲ୍ଲା ପ୍ରଶାସନ ପକ୍ଷରୁ

କାଠମାଣ୍ଡୁ ଡିଜାଷ୍ଟର ମ୍ୟାନେଜମେଣ୍ଟ ଡିପାର୍ଟମେଣ୍ଟ ଦେଇଥିବା ସୁଚନା ଅନୁଯାୟୀ ଗତ ରାତିରେ

ଡ୍ୟୁଟିରେ ରହିଥିବା ନେପାଳ ପୋଲିସର 3 ଯବାନ,3 କଣ୍ଟେନର ଡ୍ରାଇଭର,6 ନେପାଳି ଶ୍ରମିକ ଏବଂ 4ଜଣ

ଚୀନୀ ଶ୍ରମିକ ନିଖୋଜ ଅଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande