ମୋଖଗାଁ ଉପରେ ଫାଟିଲା ବାଦଲ,ମୋକ୍ଷ ନଦୀର ଜଳସ୍ତର ବୃଦ୍ଧି
ଗୋପେଶ୍ୱର, 8 ଜୁଲାଇ (ହି.ସ)- ଚମେଲି ଜିଲ୍ଲାର ନନ୍ଦାନଗର ବ୍ଲକର ମୋଖଗାଁରେ ବାଦଲ ଫାଟିବାର ସୁଚନା ମିଳିଛି। ଯାହାଦ୍ୱାରା ମୋକ୍ଷ ନଦୀର ଜଳସ୍ତର ବୃଦ୍ଧି ପାଇଛି।ଆବାସିକ କୋଠାରେ ପାଣି ପ୍ରବେଶ କରିବା ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ରହିଛି।ଚାଷୀଙ୍କ ଜମିରେ ମଧ୍
ମୋଖଗାଁ ଉପରେ ଫାଟିଲା ବାଦଲ,ମୋକ୍ଷ ନଦୀର ଜଳସ୍ତର ବୃଦ୍ଧି


ଗୋପେଶ୍ୱର, 8 ଜୁଲାଇ (ହି.ସ)- ଚମେଲି ଜିଲ୍ଲାର ନନ୍ଦାନଗର ବ୍ଲକର

ମୋଖଗାଁରେ ବାଦଲ ଫାଟିବାର ସୁଚନା ମିଳିଛି। ଯାହାଦ୍ୱାରା

ମୋକ୍ଷ ନଦୀର ଜଳସ୍ତର ବୃଦ୍ଧି ପାଇଛି।ଆବାସିକ କୋଠାରେ ପାଣି ପ୍ରବେଶ କରିବା ଯୋଗୁଁ ଲୋକଙ୍କ

ମଧ୍ୟରେ ଆତଙ୍କର ବାତାବରଣ ରହିଛି।ଚାଷୀଙ୍କ ଜମିରେ ମଧ୍ୟ କ୍ଷତି ହୋଇଥିବା ସୁଚନା ରହିଛି।ଘଟଣା

ସମ୍ପର୍କରେ ସୁଚନା ପାଇ ତହସିଲ ପ୍ରଶାସନ ଓ ଏସଡୀଆରଏଫର ଟିମ ଘଟଣାସ୍ଥଳକୁ ଯାଇଛନ୍ତି।କୌଣସି

ଜୀବନହାନିର ସୁଚନା ନାହିଁ।ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୁଚନା ଅନୁଯାୟୀ ମଙ୍ଗଳବାର ଦିନ

ମୋଖଗାଁର ଉପରୀ ଅଞ୍ଚଳରେ ବାଦଲ ଫାଟିବା ଯୋଗୁଁ ମୋକ୍ଷନଦୀର ଜଳସ୍ତର ବୃଦ୍ଧି ପାଇଥିଲା ,ଯାହା

ଫଳରେ ନିକଟସ୍ଥ ଘରଗୁଡିକରେ ପାଣି ଏବଂ ଆବର୍ଜନା ପ୍ରବେଶ କରିଥିଲା।ନଦୀର ଜଳସ୍ତର ବୃଦ୍ଧି ପାଇବା

ଯୋଗୁଁ ନିକଟସ୍ଥ ଚାଷୀଙ୍କ ଜମି ଏବଂ ଏହା ଉପରେ ଠିଆ ହୋଇଥିବା ଫସଲ ମଧ୍ୟ କ୍ଷତିଗ୍ରସ୍ଥ

ହୋଇଛି।ପ୍ରଶାସନ ପକ୍ଷରୁ ଘଟଣାର ସୁଚନା ଉପରେ ତହସିଲ ପ୍ରଶାସନ ଏବଂ ଏସଡିଆରଏଫର ଟିମ ଘଟଣାସ୍ଥଳକୁ

ଯାଇଛନ୍ତି।ଏହି ଘଟଣାରେ ଏପର୍ଯ୍ୟନ୍ତ ଜୀବନହାନିର କୌଣସି ସୁଚନା ନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande