କୋଲକାତା, ୦୮ ଜୁଲାଇ(ହି.ସ.) – ପଶ୍ଚିମବଙ୍ଗ ପୋଲିସ୍ର ସ୍ପେଶାଲ ଟାକ୍ସ ଫୋର୍ସ(ଏସ୍ଟିଏଫ୍) ଆତଙ୍କବାଦ ସହିତ ଯୋଡ଼ିଥିବା ଏକ ଗମ୍ଭୀର ମାମଲାର ଭଣ୍ଡାଫୋଡ଼ କରି ବର୍ଦୱାନରୁ ଦୁଇ ସନ୍ଦିଗ୍ଧ ପାକିସ୍ତାନୀ ଗୁଇନ୍ଦାକୁ ଗିରଫ କରିଛି। ଅଭିଯୋଗ ଯେ ଏହି ଦୁଇ ଏନ୍ଜିଓ ନାମରେ ପାକିସ୍ତାନର ଗୁଇନ୍ଦା ଆଇଏସ୍ଆଇକୁ ସମ୍ବେଦନଶୀଳ ସୂଚନା ପଠାଉଥିଲେ।
ଏସ୍ଟିଏଫ୍ ସୂଚନା ମୁତାବକ ଅଭିଯୁକ୍ତଙ୍କ ପରିଚୟ ହେଉଛି ମୁକେଶ ରଜକ ଏବଂ ରାକେଶ କୁମାର ଗୁପ୍ତା ମୁକେଶ ବର୍ଦୱାନ ପାଖରେ ଥିବା ପାନାଗଡ଼ର କୈନଲ ରୋଡ଼ର ନିବାସୀ ଏବଂ ମେମାରୀ ଅଂଚଳରେ ଏକ ସ୍ୱଂୟସେବୀ ସଂସ୍ଥା ସହିତ ଯୋଡ଼ି ହୋଇଥିଲା। ଅନ୍ୟପକ୍ଷରେ ରାକେଶ କୁମାର କୋଲକାତାର ଭବାନୀପୁରର ଏବଂ ସେହି ଏନ୍ଜିଓ ଜରିଆରେ ବର୍ଦୱାନରେ ଭଡ଼ାଘରେ ରହି ଗୁଇନ୍ଦା ଗତିବିଧିରେ ସାମିଲ ଥିଲା।
ପୋଲିସ୍କୁ ପ୍ରାରମ୍ଭ ଯାଂଚରେ ଜଣାପଡ଼ିଥିଲା ଯେ ଏହି ଲୋକ ମୋବାଇଲ୍ ସିମ୍କାର୍ଡ଼ର ଓଟିପି ଦେଇ ବିଦେଶୀ ଗୁଇନ୍ଦା ଏଜେନ୍ସିକୁ ସୂଚନା ପଠାଉଥିଲେ।
ଏହା ବଦଳରେ ସେମାନଙ୍କୁ ପଇସା ମିଳୁଥିଲା। ମଙ୍ଗଳବାର ଦିନ ଏଚ୍ଡିଏଫ୍ସି କେୟାରରୁ ମିଳିଥିବା ସୂଚନା ମୁତାବକ, ଏସ୍ଟିଏଫ୍ ବିଳମ୍ବ୍ଖଚ୍ଛ ରାତିରେ ପ୍ରଥମେ ମୁକେଶ ରଜକକୁ ଏକ ନର୍ସିଂହୋମ୍ରୁ ଗିରଫ କରିଥିଲା, ଯେଉଁଠାରେ ସେ ଚିକିତ୍ସା କରାଉଥିଲା। ଏହାପରେ ମୁକେଶ କୁମାରକୁ ମେମାରୀସ୍ଥିତ ତା’ର ଭଡ଼ା ଘରୁ ଧରିଥିଲା।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି