ରାଂଚି, 8 ଜୁଲାଇ (ହି.ସ.)- ଗୃହମନ୍ତ୍ରୀ ଅମିତ ଶାହ ୯ ଜୁଲାଇ ସନ୍ଧ୍ୟା ପ୍ରାୟ ୬ଟାରେ ରାଞ୍ଚିରେ ପହଞ୍ଚିବେ। ଔପଚାରିକ
ସୂତ୍ର ମୁତାବକ, ସେ ୧୦ ଜୁଲାଇରେ ଆୟୋଜିତ ପୂର୍ବ କ୍ଷେତ୍ରୀୟ ପରିଷଦ ଅଧିବେଶନରେ
ଅଂଶଗ୍ରହଣ କରି ସେହି ଦିନ ହିଁ ଦିଲ୍ଲୀକୁ ଫେରିଯିବେ। ଏସନ୍ଦର୍ଭରେ ସୂଚନା କେନ୍ଦ୍ର ସରକାର
ଦ୍ୱାରା ରାଜ୍ୟ ସରକାରକୁ ପଠାଯାଇଛି। ଏହି ବୈଠକରେ ଅଂଶଗ୍ରହଣ ପାଇଁ ୩୦-୩୫ ଅଧିକାରୀଙ୍କ ଏକ ଦଳ
ମଧ୍ୟ ରାଞ୍ଚିରେ ପହଞ୍ଚିବେ।
ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ୧୦ ଜୁଲାଇରେ ଆୟୋଜିତ ପୂର୍ବ କ୍ଷେତ୍ରୀୟ ପରିଷଦ
ବୈଠକରେ ଅଂଶଗ୍ରହଣ କରିବା ସମ୍ପର୍କିତ ସୂଚନା ପଠାଇଛନ୍ତି। ବିହାରରୁ ଅର୍ଥ ମନ୍ତ୍ରୀ ସମ୍ରାଟ୍ ଚୌଧୁରୀ
ଓ ଜଳ ସଂଶାଧନ ମନ୍ତ୍ରୀ ବିଜୟ ଚୌଧୁରୀ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିବା ସୂଚନା ଦେଇଛନ୍ତି।
ପଶ୍ଚିମବଙ୍ଗରୁ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ବୈଠକରେ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି। ସେ
ପଶ୍ଚିମବଙ୍ଗରେ ଅର୍ଥ ସହିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା