ଛତରପୁର, 8 ଜୁଲାଇ (ହି.ସ.)-ମଧ୍ୟ ପ୍ରଦେଶର ଛତରପୁର ଜିଲ୍ଲାରେ ଅବସ୍ଥିତ ବାଗେଶ୍ୱର ଧାମରେ ପାଞ୍ଚ
ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏକ ବଡ଼ ଦୁର୍ଘଟଣା ଘଟିଛି। ମଙ୍ଗଳବାର ସକାଳେ ଏଠାରେ ଥିବା
ଧର୍ମଶାଳାର କାନ୍ଥ ଧସିଯାଇଛି। ଏହି ଦୁର୍ଘଟଣାରେ ଜଣେ ମହିଳା ଭକ୍ତର ମୃତ୍ୟୁ ଘଟିଛି ଓ ୧୧ ଜଣ
ଆହତ ହୋଇଛନ୍ତି।
ଘଟଣା ପରେ ଆହତମାନଙ୍କୁ
ହସ୍ପିଟାଲ ନିଆଯାଇଛି ଓ ସେମାନଙ୍କର ଚିକିତ୍ସା ଚାଲିଛି। ଏହି ଘଟଣା ଅଂଚଳରେ ପ୍ରବଳ ବର୍ଷା ପରେ
ଘଟିଛି। ବାଗେଶ୍ୱର ଧାମରେ ମଙ୍ଗଳବାର ସକାଳ ଘଟିଥିବା ଘଟଣାର ଖବର ମିଳିବା ପରେ ସ୍ଥାନୀୟ ପୋଲିସ
ଓ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଦ୍ୱାରା ଜିଲ୍ଲା ହସ୍ପିଟାଳକୁ
ନିଆଯାଇଛି ଓ ଚିକିତ୍ସା ଚାଲିଛି।
ଘଟଣା ସମୟରେ ଆହତମାନଙ୍କ
ପରିବାରଲୋକେ କହିଛନ୍ତି ଯେ ସେମାନେ ଧର୍ମଶାଳାରେ ଶୋଇଥିଲେ, ହଠାତ୍ କାନ୍ଥଳ ଭାଙ୍ଗିଯାଇ
ସେମାନଙ୍କ ଉପରେ ପଡ଼ିଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ କାନ୍ଥ ଧସିବାର କାରଣ ପାଇଁ ତଦନ୍ତ
ଚାଲିଛି। ଆହତମାନଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି ଓ ସେମାନଙ୍କୁ ଯଥାସମ୍ଭବ ସମସ୍ତ
ଚିକିତ୍ସା ଦିଆଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା