ଗୌହ୍ୱାଟୀ, 8 ଜୁଲାଇ (ହି.ସ.)-ଆସମର କାର୍ବି ଆଙ୍ଗଲୋଙ୍ଗ ଏବଂ ଏହାର ଆଖପାଖର ଅଞ୍ଚଳରେ ମଙ୍ଗଳବାର
ସକାଳ ୯ଟା ୨୨ ମିନିଟ ୧୯ ସେକେଣ୍ଡରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର୍ ସ୍କେଲ୍ ଉପରେ
ଏହି ଭୂକମ୍ପର ତୀବ୍ରତା 4.1 ରେକର୍ଡ କରାଯାଇଛି। ଏହି ଭୂକମ୍ପରେ କୌଣସି ଧନଜୀବନ ହାନି ଘଟିନି ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରଅନୁସାରେ,
ଭୂକମ୍ପର
କେନ୍ଦ୍ର କାର୍ବି ଆଙ୍ଗଲୋଙ୍ଗ ଜିଲ୍ଲାରେ ଭୂପୃଷ୍ଠରୁ ୨୫ କି.ମି. ତଳେ,
୨୬.୫୧°
ଉତ୍ତର
ଅକ୍ଷାଂଶ ଓ ୯୩.୧୫° ପୂର୍ବ ଦ୍ରାଘିମାଂଶରେ ଥିଲା। ଏହି ଭୂକମ୍ପର ଝଟ୍କା କାର୍ବି
ଆଙ୍ଗଲୋଙ୍ଗ ଏବଂ ତାହାର ଆଖପାଖର ପାହାଡ଼ିଆ ଅଞ୍ଚଳ ସହିତ ନିକଟବର୍ତ୍ତୀ ରାଜ୍ୟ ନାଗାଲ୍ୟାଣ୍ଡର
ସୀମାଞ୍ଚଳ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା