ନୂଆଦିଲ୍ଲୀ, 8 ଜୁଲାଇ (ହି.ସ.)
- ଅହମଦାବାଦରେ ୧୨ ଜୁନରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର୍ ଇଣ୍ଡିଆର ଡ୍ରିମଲାଇନର
ବିମାନର ତଦନ୍ତ ରିପୋର୍ଟ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ଦ୍ୱାରା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ
ପ୍ରଦାନ କରିଛି । ଏହି ରିପୋର୍ଟ ତଦନ୍ତର ପ୍ରାରମ୍ଭିକ ପରିଣାମ ଉପରେ ଆଧାରିତ ଥିବାରୁ ବିମାନ
ଦୁର୍ଘଟଣାର ପ୍ରମୁଖ କାରଣର ଖୁଲାସା କରାଯାଇନି। ମନ୍ତ୍ରଣାଳୟ ରିପୋର୍ଟ ମିଳିବା ପରେ ଆଗାମୀ
ଦିନରେ ଅଧିକ ବିସ୍ତୃତ ତଦନ୍ତ କରିବା ସହ ନିରାପତ୍ତା ସମ୍ବନ୍ଧୀୟ ବ୍ୟବସ୍ଥାକୁ ଅଧିକ କଡ଼ା
କରିବା ପାଇଁ ନିର୍ଦ୍ଦେଶ ଦେଇଛି, ଯାହାଦ୍ୱାରା ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି
ନହୁଏ ।
ଔପଚାରିକ ସୂତ୍ର ମଙ୍ଗଳବାର ସୂଚନା ଦେଇଛି ଯେ, ଏୟାର୍ ଇଣ୍ଡିଆର ଫ୍ଲାଇଟ୍
ସଂଖ୍ୟା ଏଆଇ171 ସହିତ ଜଡିତ ଦୁର୍ଘଟଣା ସମ୍ପର୍କିତ
ତଦନ୍ତ ରିପୋର୍ଟ ବ୍ୟୁରୋର ପ୍ରାରମ୍ଭିକ ମୂଲ୍ୟାଙ୍କନ ଓ ନିଷ୍କର୍ଷ ଉପରେ ଆଧାରିତ। ଏହି ରିପୋର୍ଟ
ଏହି ସପ୍ତାହର ଶେଷରେ ସାର୍ବଜନୀନ କରାଯିବ। ତଦନ୍ତ ସମୟରେ ବ୍ଲାକ୍ ବକ୍ସ,
କକପିଟ୍
ଭଏସ୍ ରିକର୍ଡର୍ ଓ ଫ୍ଲାଇଟ୍ ଡାଟା ରିକର୍ଡର୍ ର ବିଶ୍ଳେଷଣକୁ ମୂଖ୍ୟ ଆଧାର କରାଯାଇଛି। ଏହି
ରିପୋର୍ଟ ସମ୍ପୂର୍ଣ୍ଣ ତଦନ୍ତର ଅନ୍ତିମ ନିଷ୍କର୍ଷ ନୁହେଁ, ବରଂ ଏହା ଏହି ଘଟଣା ସହିତ
ଜଡିତ ତଥ୍ୟ ଓ ସମ୍ଭାବ୍ୟ କାରଣଗୁଡିକର ଗୋଟିଏ ରୂପରେଖା ଅଟେ।
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ରିପୋର୍ଟ ମିଳିବା ପରେ ଆଗାମୀ ଦିନରେ ଅଧିକ ବିସ୍ତୃତ
ତଦନ୍ତ କରିବା ଓ ସୁରକ୍ଷା ବ୍ୟବସ୍ଥାଗୁଡ଼ିକୁ ଅଧିକ କଡ଼ା କରିବା ପାଇଁ ନିର୍ଦ୍ଦେଶ ଦେଇଛି,
ଯାହା
ଦ୍ୱାରା ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ନହେଉ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା