ନୂଆଦିଲ୍ଲୀ, 8 ଜୁଲାଇ (ହି.ସ.)-ପୂର୍ବତନ ପ୍ରଧାନମନ୍ତ୍ରୀ
ଚନ୍ଦ୍ରଶେଖରଙ୍କ ୧୮ତମ ପୁଣ୍ୟତିଥି ଅବସରରେ ମଙ୍ଗଳବାର ଦିଲ୍ଲୀରେ ଥିବା ତାଙ୍କର ସମାଧିସ୍ଥଳୀ
ଜନନାୟକ ସ୍ଥଳ ରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ଉପରାଷ୍ଟ୍ରପତି
ଜଗଦୀପ୍ ଧନଖଡ଼ ମଧ୍ୟ ତାଙ୍କ ସମାଧିସ୍ଥଳୀରେ ପୁଷ୍ପାଞ୍ଜଳି ଅର୍ପଣ କରି ଶ୍ରଦ୍ଧାଞ୍ଜଳି
ଜଣାଇଥିଲେ। ଏହି ଅବସରରେ ରାଜ୍ୟସଭା ଉପସଭାପତି ହରିବଂଶ ମଧ୍ୟ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ରାଜ୍ୟସଭା ସଦସ୍ୟ ନୀରଜ ଶେଖର ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କୁ
ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ, ପିତାଜୀଙ୍କର ଜୀବନ ଥିଲା
ସତ୍ୟ, ସଂଘର୍ଷ ଓ ସିଦ୍ଧାନ୍ତର ରାଜନୀତିର ପ୍ରତୀକ। ଦେଶ ହିତରେ ତାଙ୍କ
ଦ୍ୱାରା ଗ୍ରହଣ କରାଯାଇଥିବା ପ୍ରତ୍ୟେକ ନିଷ୍ପତ୍ତି ଆଜି ମଧ୍ୟ ଆମକୁ ଜନସେବା ପାଇଁ ପ୍ରେରଣା
ଦେଇଥାଏ। ତାଙ୍କର ଚିନ୍ତନ ଓ ଭାବଧାରା ଆଜି ମଧ୍ୟ ଯୁବପିଢି ପାଇଁ ସମାନ ଭାବେ
ପ୍ରସଙ୍ଗିକ।
ସେ କହିଛନ୍ତି, ଚନ୍ଦ୍ରଶେଖରଙ୍କୁ ତାଙ୍କର ସାଧାରଣ
ଜୀବନଶୈଳୀ, ସ୍ପଷ୍ଟବାଦିତା ଓ ଜନହିତ ପାଇଁ କରାଯାଇଥିବା ସଂଘର୍ଷ ପାଇଁ ଆଜି ସାରା
ଦେଶ ମନେ ପକାଏ। ଗଣତନ୍ତ୍ରକୁ ଶକ୍ତିଶାଳୀ କରିବା ଓ ସମାଜର ଶେଷ ମଣିଷ ପର୍ଯ୍ୟନ୍ତ ପହଞ୍ଚିବାକୁ
ଚେଷ୍ଟା କରିଥିବା ତାଙ୍କର ରାଜନୀତି ଆଜିର ସମୟରେ ମଧ୍ୟ ବହୁତ ପ୍ରାସଙ୍ଗିକ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା