ବସୁଧା ପ୍ରକଳ୍ପର ବାର୍ଷିକ ଉତ୍ସବ
ବସୁଧା ପ୍ରକଳ୍ପର ବାର୍ଷିକ ଉତ୍ସବ
ବସୁଧା ପ୍ରକଳ୍ପର ବାର୍ଷିକ ଉତ୍ସବ


ସମ୍ବଲପୁର, ୦୧ ଅଗଷ୍ଟ (ହି.ସ.)

'ଚାଷ ଏବଂ ଚାଷୀର ଉନ୍ନତି ପାଇଁ ହିଣ୍ଡାଲକୋର ଏକ ବଳିଷ୍ଠ ପଦକ୍ଷେପ'

ହିଣ୍ଡାଲକୋ ହୀରାକୁଦ ତରଫରୁ ଚାଷ ଏବଂ ଚାଷୀର ଉନ୍ନତି ପାଇଁ “ପ୍ରକଳ୍ପ - ବସୁଧା” ଯାହାକି ବାଏଫ ସଂସ୍ଥା ଦ୍ବାରା ପରିଚାଳିତ ତାହାର ବାର୍ଷିକ ଉତ୍ସବ ନୂଆଯାମଡା ଜଙ୍ଘାଲିଙ୍ଗା ପଡିଆରେ ମହା ସମାରୋହରେ ପାଳିତ ହୋଇଯାଇଅଛି । ଏହି ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ସମ୍ବଲପୁର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ହେମନ୍ତ କୁମାର ଜେନା ଓ ହୀରାକୁଦ କଂପ୍ଲେକ୍ସର ମାନବ ସମ୍ବଳ ମୁଖ୍ୟ ଶ୍ରୀଯୁକ୍ତ ବିଶ୍ୱାସ ସିନ୍ଧେ ମାଁ ସମଲେଶ୍ୱରୀଙ୍କ ନିକଟରେ ପୂଜାର୍ଚନା ଏବଂ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏହି ଉଦ୍ଘାଟନୀ ଅବସରରେ ଉପ- ଉଦ୍ୟାନ କୃଷି ନିର୍ଦେଶକ ଶ୍ରୀ ସଂଜୀବ କୁମାର ବହିଦାର, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ପୁରୁଷୋତ୍ତମ ମିଶ୍ର, ହିଣ୍ଡାଲକୋର ଓଡ଼ିଶା କ୍ଲଷ୍ଟର ପାରିପାର୍ଶ୍ଵିକ ଉନ୍ନୟନ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ଶିବ ମହାପାତ୍ର, ସହକାରୀ ଉଦ୍ୟାନ ଅଧିକାରୀ ମୌସୁମୀ ସରପଟିଆ, ହିଣ୍ଡାଲକୋ ସମ୍ବଲପୁର କ୍ଲଷ୍ଟର ର ପରିବେଶ ମୁଖ୍ୟ ଶ୍ରୀ ରଞ୍ଜନ କୁମାର ଜେନା, ଲ୍ୟାଣ୍ଡ ଏବଂ କର୍ପୋରେଟ ବ୍ୟାପାର ମୁଖ୍ୟ ଶ୍ରୀଯୁକ୍ତ ବିଘ୍ନେଶ୍ୱର ପଣ୍ଡା, କୃଷି ଅଧିଦର୍ଶକ ଡେଜାଲୀନ ମହାରଣା, ପରିବେଶ ବିଭାଗର ବିଶ୍ୱଜିତ ପରିଡା, ପାରିପାର୍ଶ୍ଵିକ ଉନ୍ନୟନ ବିଭାଗର ସୁକାନ୍ତ କୁମାର ମହାପାତ୍ର, ପ୍ରବନ୍ଧକ ଆନନ୍ଦ ଚକ୍ରବର୍ତ୍ତୀ, ଜୀତେଶ ରଥ ବାଏଫ ର ଅତରିକ୍ତ ମୁଖ୍ୟ କାର୍ଯ୍ୟଭାର ଅଧିକାରୀ ଶ୍ରୀ ବିକ୍ରIନ୍ତ କୁମାର ଉପସ୍ଥିତ ଥିଲେ। ବସୁଧା ପ୍ରକଳ୍ପ ହେଉଛି ହିଣ୍ଡାଲକୋ ଦ୍ୱାରା ଆରମ୍ଭ ହୋଇଥିବା ଏକ ପ୍ରୟାସ ଯାହା ବାଏଫ କ୍ଷେତ୍ରରେ ଏକ ବୈଷୟିକ ଏବଂ ଜଣାଶୁଣା ଅଂଶୀଦାରଙ୍କୁ ନିୟୋଜିତ କରି ଆଧୁନିକ କୃଷି କୌଶଳ ପ୍ରଦାନ କରି କୃଷକଙ୍କ ଆୟ ବୃଦ୍ଧି କରିଥାଏ। ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ସମସ୍ତ ପ୍ରକାରର ଚାଷୀଙ୍କୁ ସମ୍ପୃକ୍ତ କରିବା ଏବଂ ପାରମ୍ପରିକ ଚାଷ ସହ ସେମାନଙ୍କୁ ସମନ୍ୱିତ କୀଟପତଙ୍ଗ ପରିଚାଳନା, ପୁଷ୍ଟିସାର ଯୁକ୍ତ ଉଦ୍ୟାନ, ଅମୃତଭଣ୍ଡା ଓ କଦଳିଚାଷ, ଛତୁ ଚାଷ, କୁକୁଡ଼ା ପାଳନ, ଛେଳି ପାଳନ, କୃତ୍ରିମ ପ୍ରଜନନ, ଦୁଗ୍ଧ ଉତ୍ପ।ଦନ, ଜୈବ ଗ୍ୟାସ, ତିନି ବର୍ଷ ମଧ୍ୟରେ କୃଷକ ମାନଙ୍କ କୃଷି ଉପକରଣ ଗଚ୍ଛିତ ଓ ସହଯୋଗ କେନ୍ଦ୍ର ମାଧ୍ୟମରେ କୃଷକ ମାନଙ୍କୁ ସହଯୋଗ।

ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ହେମନ୍ତ କୁମାର ଜେନା ଉପସ୍ଥିତ ଚାଷୀ ମନକୁ ଉଦ୍ବୋଧନ ଦେଇ ସରକାରଙ୍କ ଦ୍ୱାରା ପ୍ରଚଳିତ ଯୋଜନାର ଉପଯୋଗ କରି ଆପଣମାନଙ୍କର ବାର୍ଷିକ ଆୟକୁ ବୃଦ୍ଧି କରିବାପାଇଁ ଉପଦେଶ ଦେଇଥିଲେ ଏବଂ ହିଣ୍ଡାଲକୋ ବସୁଧା ମାଧ୍ୟମରେ ଚାଷୀ ଓ ଚାଷର ଉନ୍ନତି କରୁଥିବା ହେତୁ ହିଣ୍ଡାଲକୋ କୁ ସାଧୁବାଦ ଦେବାସହ ଏହି କାର୍ଯ୍ୟକୁ ସମ୍ପ୍ରସାରଣ କରିବାପାଇଁ ଅନୁରୋଧ କରିଥିଲେ I ଉପ- ଉଦ୍ୟାନ କୃଷି ନିର୍ଦେଶକ ଶ୍ରୀ ସଂଜୀବ କୁମାର ବହିଦାର ଉପସ୍ଥିତ ଚାଷୀ ମାନଙ୍କୁ ସରକାରଙ୍କ ଦ୍ୱାରା ଚାଲୁଥିବା ଯୋଜନାର ଫାଇଦା ନେବା ସହ ପାରମ୍ପରିକ ଚାଷ ସହିତ ଲାଭଦାୟକ କୃଷି ଯଥା ପାମ ଚାଷ, ଅମୃତଭଣ୍ଡା, କଦଳୀ ଏବଂ ଅନ୍ୟାନ ପନିପରିବା ଚାଷକୁ ଉପଯୋଗକରି ନୂତନ ଚାଷ ପ୍ରଣାଳୀ କୁ ଗ୍ରହଣ କରିବାପାଇଁ ଉପଦେଶ ଦେଇଥିଲେ। ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ପୁରୁଷୋତ୍ତମ ମିଶ୍ର ପ୍ରାଣୀ ସମ୍ପଦର ଯଥା କୁକୁଡ଼ା, ଛେଳି, ଗୋ ପାଳନ କରି ସରକାରଙ୍କ ଦ୍ୱାରା ପ୍ରଚଳିତ ବହୁ ହିତକାରୀ ଯୋଜନାର ଲାଭ ତଥା ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଏବଂ ଅନ୍ୟାନ୍ୟ ଲାଭକାରୀ ଯୋଜନା ବିଷୟରେ ଅବଗତ କରାଇଥିଲେ। ହୀରାକୁଦ କଂପ୍ଲେକ୍ସର ମାନବ ସମ୍ବଳ ମୁଖ୍ୟ ଶ୍ରୀଯୁକ୍ତ ବିଶ୍ୱାସ ସିନ୍ଧେ ଉପସ୍ଥିତ ଜନତାଙ୍କୁ କହିଲେ ହିଣ୍ଡାଲକୋ ଅଂଚଳର ବିକାଶ କଳ୍ପେ ଉଦ୍ୟମ ରତ ଏହା ଆଗକୁ ବି ଜାରି ରହିବ I ଏହି ବାର୍ଷିକ ଉତ୍ସବରେ ବିଭିନ୍ନ ପ୍ରକାରର ପାରମ୍ପରିକ ଧାନ ଶଷ୍ୟ ସଂରକ୍ଷଣ, ଛତୁର ସୁପ ଏବଂ ଛତୁ ନିର୍ମିତ ଖାଦ୍ୟ ଓ ବିଭିନ୍ନ ପ୍ରକାରର ଫଳ, ଫୁଲ ଚାରା ର ପ୍ରଦର୍ଶନୀ କରାଯାଇଥିଲା ତତ୍ସଲଗ୍ନ ବସୁଧା ର ବାର୍ଷିକ କାର୍ଯ୍ୟଧାରାର ବିବରଣୀ ପୁସ୍ତିକା କୁ ଅତିଥିମାନେ ଉନ୍ମୋଚନ କରିଥିଲେ I ଏହି ସଭାରେ ହୀରାକୁଦ ଗ୍ରାମାଞ୍ଚଳର ପମୁଖ ନାଗରିକ ଶ୍ରୀ ପଲଭ ପଣ୍ଡା, ଶ୍ରୀ ନଟୁ ବିଶ୍ୱାଳ, ଶ୍ରୀ ଇତୁଆ ଖଡ଼ିଆ, ଶ୍ରୀ ଯୋଗେଶ୍ୱର ପ୍ରଧାନ, ଶ୍ରୀ ବନମାଳୀ ଭୋଇ, ଶ୍ରୀ ଦୀପକ ଭୋଇ, ଶ୍ରୀ ମୋହନ ବନଛୋର, ଶ୍ରୀ ବିରଂଚି ବିଶ୍ୱାଳ, ଶ୍ରୀ ଅଜିତ ବାରିକଙ୍କ ସମେତ ପ୍ରାୟ ୨୦୦ରୁ ଉର୍ଧ ଚାଷୀ ଏହି ସମିଳନୀ ବାର୍ଷିକ ଉତ୍ସବ ରେ ଯୋଗ ଦେଇଥିଲେ I ଏହି କାର୍ଯକ୍ରମକୁ ସଫଳ କରିବାପାଇଁ ବାଏଫ ସଂସ୍ଥାର ମାନବ ସମ୍ବଳ ମୁଖ୍ୟ ଶ୍ରୀମତୀ ମନୀଷା ସାହୁ, ଶ୍ରୀ ମୁଫତି ଖାନ, ଶ୍ରୀ ପୁର୍ଣ ମହାପାତ୍ର, ଶ୍ରୀ ସାରିକ ହସନ, ଶ୍ରୀ ରବିନ ଖାନ, ଶ୍ରୀମତୀ ସନ୍ତୋଷିଣୀ ଧରୁଆ, ସୁଶ୍ରୀ ନିତା ଖଡିଆ ଏବଂ ହିଣ୍ଡାଲକୋ ରିପାର୍ଶ୍ଵିକ ଉନ୍ନୟନ ବିଭାଗ ତରଫରୁ ଶ୍ରୀମତୀ ଜୟଶ୍ରୀ ରାଓ, ଶ୍ରୀଯୁକ୍ତ ସନ୍ତୋଷ କୁମାର ତ୍ରିପାଠୀ, ଶ୍ରୀ ସରୋଜ କୁମାର ଆଚାର୍ଯ୍ୟ, ଓ ଶ୍ରୀ ମିଲନ କୁମାର ସାହୁ ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande