ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନିୟମିତତା ନେଇ ଭଞ୍ଜସେନାର ବିକ୍ଷୋଭ : ଅଧିକାରୀଙ୍କୁ ବହିଷ୍କାର ଓ ଉଚ୍ଚସ୍ତରୀୟ ତଦନ୍ତ ଦାବି
ବାରିପଦା, ୧ ଅଗଷ୍ଟ (ହି.ସ.)- ମୟୂରଭଞ୍ଜ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଦ୍ଵାରା ଶିକ୍ଷା ବିଭାଗରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ ହୋଇଛି। ଯାହାକୁ ନେଇ ଅଧିକାରୀଙ୍କୁ ବହିଷ୍କାର ଓ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରି ଭଞ୍ଜସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା ଶ
Bhanjasena strike against DEO's irregularities


Bhanjasena strike against DEO


ବାରିପଦା, ୧ ଅଗଷ୍ଟ (ହି.ସ.)- ମୟୂରଭଞ୍ଜ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଦ୍ଵାରା ଶିକ୍ଷା ବିଭାଗରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ ହୋଇଛି। ଯାହାକୁ ନେଇ ଅଧିକାରୀଙ୍କୁ ବହିଷ୍କାର ଓ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରି ଭଞ୍ଜସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ନିଜ ପଦର ଦୁରୂପଯୋଗ କରି ପ୍ରାୟ ୧୪୦ ଜଣ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ବାରିପଦା ଓ ଆଖପାଖି ସ୍କୁଲରେ ଡେପୁଟେସନ ଆଣି ରଖିଛନ୍ତି। ଜିଲ୍ଲା ମଧ୍ୟାହ୍ନ ଭୋଜନର ନୋଡାଲ ଅଫିସର ଦାୟିତ୍ୱରେ ଥିବା ଜିଲ୍ଲା ଶିକ୍ଷାଧିକାରୀ ଜିଲ୍ଲାରେ ହେଉଥିବା ମଧ୍ୟାହ୍ନ ଭୋଜନ ହରିଲୁଟରେ ଯୋଗାଣକାରୀଙ୍କ ସହିତ ସମ୍ପୂର୍ଣ ଭାବେ ସାମିଲ ରହିଛନ୍ତି। ପେନସନ ପାଇବାର ହକଦାର ଥିବା ପୂର୍ବତନ ଶିକ୍ଷକ ମାନଙ୍କୁ ବିଭିନ୍ନ ଉପାୟରେ ହଇରାଣ ହରକତ ମଧ୍ୟ କରୁଛନ୍ତି। ବିଭିନ୍ନ ଦୁର୍ନୀତିରେ ଛନ୍ଦିହୋଇ ପଡିଥିବା ଶୁଳିଆପଦା ବିଇଓଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ବହୁବାର ସୁରକ୍ଷା ଦେବା ସହ ଅନେକ କାର୍ଯ୍ୟକଳାପରେ ଜଡିତ ରହିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଯାହାଦ୍ଵାରା ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଷୁଡ଼ିପଡ଼ିଛି। ଏହାର ସମାଧାନ ପାଇଁ ଭଞ୍ଜସେନା ପକ୍ଷରୁ ଅନେକ ଥର ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଯାହାକୁ ନେଇ ଭଞ୍ଜସେନା ପକ୍ଷରୁ ଶୁକ୍ରବାର ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ବରେ ବାରିପଦା ସ୍ଥିତ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିବାର ପ୍ରମୁଖ ଦାୟୀ ଜିଲ୍ଲା ଶିକ୍ଷାଧିକାରୀଙ୍କ ତୁରନ୍ତ ବହିଷ୍କାର, ଦୁର୍ନୀତିର ତଦନ୍ତ ଏବଂ ନୂତନ ଶିକ୍ଷାଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଦାବି ଜଣାଇଛନ୍ତି। ଯଦି ଯଥାଶୀଘ୍ର ରାଜ୍ୟ ସରକାର ଉପରୋକ୍ତ ଦାବୀ ଗୁଡିକ ବାବଦରେ ତଦନ୍ତ କରି ଦୃଢ଼ ପଦକ୍ଷେପ ଗ୍ରହଣ ନ କରନ୍ତି ଆଗାମୀ ଦିନରେ ଜିଲ୍ଲା ଶିକ୍ଷାଧିକାରୀଙ୍କର କାର୍ଯ୍ୟାଳୟରେ ତାଲା ପକାଇବାକୁ ଚେତାବନୀ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଦେଇଛନ୍ତି।

ଜିଲ୍ଲା ଅଧ୍ୟକ୍ଷ ସଂଜୀବ ରାଉତ, ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ଜିଲ୍ଲା ସଭାପତି ପିଣ୍ଟୁ ମାଇତି, ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ରବିନ୍ ମହାନ୍ତି, ବାରିପଦା ସହର ସଭାପତି ରାକେଶ ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଯୋତିରଞ୍ଜନ ପୃଷ୍ଟି, ଜିଲ୍ଲା ଯୁବଶାଖା ସଭାପତି ଏସକେ ରାଜାଖାନ, ଜିଲ୍ଲା ସଂଗଠନ ସମ୍ପାଦକ ଗଣେଶ ମହାନ୍ତି, କ୍ରୀଡା ସଂଯୋଜିକା ସୁଭଦ୍ରା ହେମ୍ବ୍ରମ,ସହର ଯୁବ ସଭାପତି ସଞ୍ଜୟ ମହାର୍ଣ୍ଣ, ସଞ୍ଜୟ ମହାନ୍ତ, ଗୌରାଙ୍ଗ ଚକ୍ରବର୍ତ୍ତୀ, ସୁନୀଲ ମହାପାତ୍ର, ପ୍ରଦୀପ ପଣ୍ଡା, ଦୀପକ କୁମାର ବେହେରା, ଗୌରାଙ୍ଗ ଘଡେଇ, ରୁଦ୍ର ପଟନାୟକ, ସଂପଦ ପୃଷ୍ଟି, ମୁକ୍ତିଦତ୍ତ ପରିଡା, ମନରଞ୍ଜନ ସାହୁ,ଦେବାଶିଷ ନାୟକ, ପଙ୍କଜ ପରିଡା, ଦିବ୍ୟଜ୍ୟୋତି ଦାସ, ଶିବୁ ସିଂ, ଅନନ୍ତ ଘଡ଼େଇ, ବାପୁନ ସିଂ, ଅର୍ଜୁନ ପରିଛା, ଅଜୟ ଦାସ, ଅର୍ଣ୍ଣବ ଦତ୍ତ, ଦେବଦତ୍ତ ଜେନା, ଦେବାଶିଷ ସାହୁ ପ୍ରମୁଖଙ୍କ ସହ ଯୁବ ଛାତ୍ର ସଂଗଠକ ମାନେ ସାମିଲ ଥିଲେ ବୋଲି ଜିଲ୍ଲା ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଜ୍ଯୋତିରଞ୍ଜନ ପୃଷ୍ଟି ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande