ବାରିପଦା, ୧ ଅଗଷ୍ଟ (ହି.ସ.)-
ଉତ୍ତର ଓଡିଶାର ଅଗ୍ରଣୀ ବୈଷୟିକ ଶିକ୍ଷାନୁଷ୍ଠାନ ଡିଭାଇନ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜିରେ ଜୁଲାଇ ୩୧ରେ ହାଇଦ୍ରାବାଦ ସ୍ଥିତ ରାମଟେକ ସଫ୍ଟୱେର ସଲ୍ୟୁସନର କ୍ୟାମ୍ପସ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି । ଡିଭାଇନ ଶିକ୍ଷା ଅନୁଷ୍ଠାନରୁ ପାଶ କରିଥିବା ସିଭିଲ ଏବଂ ଇଲେକ୍ଟ୍ରିକାଲ ଏଣ୍ଡ ମେକାନିକାଲ ବ୍ରାଞ୍ଚର ବହୁ ଛାତ୍ର-ଛାତ୍ରୀଙ୍କ ମଧ୍ୟରୁ ୬ ଜଣ ଚାକିରୀ ପାଇବା ପାଇଁ ଯୋଗ୍ୟ ବେବେଚିତ ହୋଇଛନ୍ତି । ରାମଟେକ ସଫ୍ଟୱେର ସଲ୍ୟୁସନର ପ୍ରଶାସନିକ ଅଧିକାରୀ ସନ୍ଦିପ କୁମାର ଜେନା ଡିଭାଇନ ଛାତ୍ର- ଛାତ୍ରୀଙ୍କ ବ୍ୟକ୍ତିଗତ ସାକ୍ଷାତକାର ନେଇଥିବା ବେଳେ, ଅନୁଷ୍ଠାନର ନିର୍ଦ୍ଦେଶକ ଇଂ. ବିପ୍ଲବ ଭଞ୍ଜନ ବୁଗୁଡେଇ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ର- ଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା
କରିଥିଲେ ।
ଅନୁଷ୍ଠାନର ଅଧ୍ୟକ୍ଷ ଇଂ. ଅଭିନ୍ନ କୁମାର ଦାସ, ବିଶ୍ବ ରଞ୍ଜନ ମହାନ୍ତ, ଇଂ. ଯାଜ୍ଞସେନୀ ଦେଓ ଏବଂ ଇଂ. ଅମିଶା ଅଗସ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ