ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ୟାରିୟର କାଉସିଲିଙ୍ଗ ଓ ବିତ୍ତିୟ ସହାୟତା କାର୍ଯ୍ୟକ୍ରମ
Cariour councelling programme in Sankarakhole
ଫୋଟ


କନ୍ଧମାଳ, ୧ ଅଗଷ୍ଟ (ହି.ସ.)- କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ଠାରେ ଥିବା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ କ୍ୟାରିୟର କାଉନସିଲିଙ୍ଗ ଓ ବିତ୍ତିୟ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ସନ୍ତୋଷ କୁମାର ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶଙ୍କରାଖୋଲ ଷ୍ଟେଟବ୍ଯାଙ୍କ ଶାଖା ପରିଚାଳକ ଲିପୁନ ବେହେରା ଯୋଗଦେଇଥିଲେ। ସେ ବ୍ୟାଙ୍କିଙ୍ଗ ସେବା ବିଷୟରେ କ୍ୟାରିୟର କିପରି କରାଯିବ ସେଥି ନିମନ୍ତେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରିଥିଲେ। ଏଥି ସହିତ ଵ୍ୟାଙ୍କ ର ବିଭିନ୍ନ ପଦବୀ ନିମନ୍ତେ ଆବେଦନ ପାଇଁ ଆବଶ୍ୟକୀୟ ଶିକ୍ଷାଗତ ଯୋଗ୍ୟତା, ପରୀକ୍ଷା ପ୍ରଣାଳୀ ଓ ପ୍ରସ୍ତୁତି ସମ୍ବଦ୍ଧରେ ସୂଚନା ଦେଇଥିଲେ।

ଏହି ଅବସରରେ ଵ୍ୟାଙ୍କର କର୍ମଚାରୀ ଲଷ୍ମୀକାନ୍ତ ମଲ୍ଲିକ, ହରିଶ ମଲ୍ଲିକ, ଦିଲ୍ଲୀପ ପାତ୍ର, ସହଯୋଗ କରିଥିଲେ l ଏଫ୍ ଏଲ ସି ଵ୍ୟାଙ୍କ ର ବିଭିନ୍ନ ଯୋଜନା ବାବଦରେ ସୂଚନା ଦେବା ସହ ସାଇବର ଠକେଇ ସମ୍ବନ୍ଧିତ ସୂଚନା ଓ ସଚେତନତା ବାର୍ତା ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ବହୁ ଛାତ୍ରଛାତ୍ରୀ ଯୋଗଦେଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମକୁ ପରିଦର୍ଶନରେ ଚକାପାଦ ବିଡ଼ିଓ ହୃଦରଞ୍ଜନ ସାହୁ, ଏପିଓ ଶ୍ରୀମତୀ ନବନିତା ତ୍ରିପାଠୀ, ସହକାରୀ ଯନ୍ତ୍ରୀ ଦେବୀପ୍ରସନ ରାଉତ ଏବଂ ସ୍ଥାନୀୟ ସରପଞ୍ଚ ଜାନକୀ ପ୍ରଧାନ ଉପସ୍ଥିତ ରହିଥିଲେ। ଅଧ୍ୟାପକ ରାମକୃଷ୍ଣ ମହାନ୍ତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଡ଼ଃ. ବାବୁଲା ପଟ୍ଟଯୋଶୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande