ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୃଷ୍ଟି ଯୋଜନା : ବଜାର ଦର ଅନୁସାରେ ଅଣ୍ଡା ନିମନ୍ତେ ଅର୍ଥ ଯୋଗାଇବାକୁ ଦାବି
ଗଞ୍ଜାମ, ୧ ଅଗଷ୍ଟ (ହି.ସ.)- ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୃଷ୍ଟି ଯୋଜନାରେ‌ କିଶୋରୀମାନଙ୍କୁ‌ ଅଙ୍ଗନବାଡ଼ି କେନ୍ଦ୍ର ପକ୍ଷରୁ ମାସକରେ ଏକ କିଲୋ ମୁଢି, ୭୫୦ ଗ୍ରାମ‌ ବୁଟ‌ଭଜା ଓ୧୬ଟି ଅଣ୍ଡା ଦେବା ବ୍ୟବସ୍ଥା ଗଞ୍ଜାମ ଜିଲ୍ଲାରେ ରହିଛି।‌ କିନ୍ତୁ, ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ତର୍ଜମାର ଵିଷୟ
ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୃଷ୍ଟି ଯୋଜନା : ବଜାର ଦର ଅନୁସାରେ ଅଣ୍ଡା ନିମନ୍ତେ ଅର୍ଥ ଯୋଗାଇବାକୁ ଦାବି


ଗଞ୍ଜାମ, ୧ ଅଗଷ୍ଟ (ହି.ସ.)- ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୃଷ୍ଟି ଯୋଜନାରେ‌ କିଶୋରୀମାନଙ୍କୁ‌ ଅଙ୍ଗନବାଡ଼ି କେନ୍ଦ୍ର ପକ୍ଷରୁ ମାସକରେ ଏକ କିଲୋ ମୁଢି, ୭୫୦ ଗ୍ରାମ‌ ବୁଟ‌ଭଜା ଓ୧୬ଟି ଅଣ୍ଡା ଦେବା ବ୍ୟବସ୍ଥା ଗଞ୍ଜାମ ଜିଲ୍ଲାରେ ରହିଛି।‌ କିନ୍ତୁ, ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ତର୍ଜମାର ଵିଷୟ ହୋଇଛି। ହେଲେ ଆଇସିଡିଏସ ପକ୍ଷରୁ ମୁଢି ଓ ଵୁଟଭଜା ଯୋଗାଇ ଦିଆଯାଉଛି। ତେବେ ଜଣପିଛା ମାସରେ ୧୬ଟି ଅଣ୍ଡା ହିତାଧିକାରୀଙ୍କୁ ଯୋଗାଇ ଦେବାକୁ ଅଙ୍ଗନବାଡି କର୍ମୀଙ୍କୁ ନିର୍ଦେଶ ଦିଆଯାଇଛି। ବଜାରରେ ଅଣ୍ଡା ଗୋଟିକୁ ଦର ସାଢେ ସାତଟଙ୍କା ଥିବା ବେଳେ‌ ସେମାନଙ୍କୁ ଜିଲା ସମାଜ ମଙ୍ଗଳ କାର୍ଯ୍ୟ।ଳୟ ପକ୍ଷରୁ ଅଣ୍ଡା ପିଛା ସାତଟଙ୍କା ଦିଆଯାଉଛି। ତେବେ ପ୍ରଶ୍ନ ଉଠେ ଅଙ୍ଗନବାଡି କର୍ମୀ କ'ଣ ତା'ର ପାରିଶ୍ରମିକରୁ ଵର୍ଦ୍ଧିତ ଦରରେ ଅଣ୍ଡାକିଣି ହିତାଧୀକାରୀକୁ ଵଣ୍ଟନ‌ କରିବେ ନା ପୈତୃକ ସମ୍ପତ୍ତି ଵିକ୍ରୀ କରି ଏହାର ଭରଣା କରିଵେ। ଅନ୍ୟପକ୍ଷରେ ଅଙ୍ଗନବାଡି କର୍ମୀ ମାନେ ଅଣ୍ଡା କିଣି ବଣ୍ଟନ କରିଵାର ଚାରି/ଛଅ ମାସପରେ‌ ଅଣ୍ଡା ବିଲ କରି ଆଇସିଡିଏସ ପକ୍ଷରୁ ଅଙ୍ଗନଵାଡି କର୍ମୀ ଦିଆଯାଉଛି। ଫଳରେ ଅଣ୍ଡା ଵିକ୍ରେତାଙ୍କ ଠାରୁ‌ ଧାର ସୂତ୍ରରେ ଅଣ୍ଡା ଆଣି ଠିକ୍ ସମୟରେ ସେମାନଙ୍କୁ ଟଙ୍କା ଦେଇ ନପାରି ଅଙ୍ଗନଵାଡିକର୍ମୀମାନେ ଅପଦସ୍ତ ହେଉଛନ୍ତି।ଏ ଖବର‌ କ'ଣ ଗଞ୍ଜାମ ଡିଏସଡବଲ୍ଯୁ କିମ୍ଵା ରାଜ୍ଯ ଶିଶୁ ବିକାଶ ମନ୍ତ୍ରୀ ‌ପ୍ରଭାତୀ ପରିଡାଙ୍କ ନିକଟରେ ନାହିଁକି? ତୁରନ୍ତ ସରକାର ଘଟଣାର ଅନୁଧ୍ୟାନ କରି ‌ଆଵଶ୍ଯକ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande