ଭୁବନେଶ୍ୱର,୦୧ ଅଗଷ୍ଟ (ହି.ସ)- ଡାଏଲ୍-୧୧୨ ସେବାକୁ ଆଉ ୫ ବର୍ଷ ସଂପ୍ରସାରଣ କରିଛନ୍ତି ରାଜ୍ୟ ସରକାର। ପୋଲିସ୍, ଆମ୍ବୁଲାନ୍ସ ଓ ଅଗ୍ନିଶମ ଆଦି ସେବା ପାଇଁ ଡାଏଲ-୧୧୨ ଉଦ୍ଦିଷ୍ଟ। ଯେକୌଣସି ସହାୟତା ପାଇଁ ୧୧୨କୁ କଲ୍ କଲେ ସହାୟତା ମିଳିପାରିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।
ଏହି ଯୋଜନାର ସମ୍ପ୍ରସାରଣ ପାଇଁ ୫ ବର୍ଷ ଲାଗି ୨୨୬୦.୮୯ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।ଏହି କ୍ଷେତ୍ରରେ ୪୧୯୫ ନିଯୁକ୍ତି ସୁଯୋଗ ସୃଷ୍ଟ କରିବା ସହ ୬୪୫ ଜରୁରୀକାଳୀନ ଯାନ ବିତରଣ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା