ମାଲକାନଗିରି, ୧ ଅଗଷ୍ଟ (ହି.ସ.)- ଏକ ହତ୍ୟା ଘଟଣାରେ ପାଞ୍ଚ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ମାଲକାନଗିରି ଜିଲ୍ଲା ଦୌରା ଜଜ। ଗତ ୨୦୨୦ ମସିହା ଫେବୃଆରୀ ମାସରେ ମୋଟୁ ଥାନା ଅନ୍ତର୍ଗତ ଗୁଣ୍ଠାବେଡା ଗାଁର ମୁକୁନ୍ଦ କୁନ୍ତେରୀଙ୍କୁ ଗୁଣିଗାରେଡି ସନ୍ଦେହ କରି ସ୍ତ୍ରୀ ସାମ୍ନାରେ ୫ ଜଣ ମାଡ଼ ମାରି କିରାସିନି ଢାଳି ହତ୍ୟା କରିଥିଲେ। ଏହି ଘଟଣାରେ ମୋଟୁ ଥାନାରେ ଏକ ମାମଲା ରୁଜୁ କରି ୫ ଜଣଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଗତକାଲି ଦଶ ଜଣ ସାକ୍ଷୀଙ୍କ ପ୍ରମାଣ ଆଧାରରେ ମାନ୍ୟବର ଦୌରାଜଜ ଡ଼ଃ. ପ୍ରସନ୍ନ କୁମାର ପଣ୍ଡା କେଶ ନମ୍ବର ୫୫/୨୦୨୦ ସେକ୍ସନ ୩୦୨,୨୦୧,୩୪୨ ଓ ୩୪ ଧାରାରେ ଆଜି ଆଜୀବନ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ