ଗଞେଇ ଚୋରା ଚାଲାଣ ମାମଲା : ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ଗଞାମ, ୧ ଅଗଷ୍ଟ (ହି.ସ.)- ଗଞ୍ଜେଇ ଚୋରା ଚାଲାଣ ମାମଲାର ଶୁଣାଣି କରି ଗଞ୍ଜାମ ଜିଲ୍ଲା ଦୌରାଜଜ ଡ଼.ଭାଗ୍ୟଲକ୍ଷ୍ମୀ ରଥ ଅଭିଯୁକ୍ତ ସନ୍ତୋଷ ବିଶୋଇଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି l ଘଟଣାଟି ଗତ ୨୦୨୪ ମସିହା ତା ୧୮. ୮. ୨୪ ଦିନ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ବିଭାଗ କେ. ନୂଆଗାଁ
ଗଞେଇ ଚୋରା ଚାଲାଣ ମାମଲା : ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ


ଗଞାମ, ୧ ଅଗଷ୍ଟ (ହି.ସ.)-

ଗଞ୍ଜେଇ ଚୋରା ଚାଲାଣ ମାମଲାର ଶୁଣାଣି କରି ଗଞ୍ଜାମ ଜିଲ୍ଲା ଦୌରାଜଜ ଡ଼.ଭାଗ୍ୟଲକ୍ଷ୍ମୀ ରଥ ଅଭିଯୁକ୍ତ ସନ୍ତୋଷ ବିଶୋଇଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି l

ଘଟଣାଟି ଗତ ୨୦୨୪ ମସିହା ତା ୧୮. ୮. ୨୪ ଦିନ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ବିଭାଗ କେ. ନୂଆଗାଁ ଥାନା ଅନ୍ତର୍ଗତ ପାତ୍ରପଡା ଗ୍ରାମ ଆଡକୁ ଯାଉଥିବା ସମୟରେ ଅଭିଯୁକ୍ତ ସନ୍ତୋଷ ବିଶୋଇ ଏକ ଜରିବେଗ ଧରି ଯାଉଥିବା ସନ୍ଦେହ କରି ତାକୁ ଧରି ପଚରା ପଚେରି କରିବାରୁ ତା ପାଖରୁ ୮ କିଲୋ ଗଞ୍ଜେଇ ସାକ୍ଷୀ ମାନଙ୍କ ଉପସ୍ଥିତିରେ ଜବତ କରି ତା ବିରୋଧରେ ଏନ. ଡି. ପି. ଏସ ଆକ୍ଟ ୧୯୮୫ ର ଧାରା ୨୦(ବି )(ii)(ବି ) (ଥାନା ପି. ଆର. ନଂ106 /24,2(a)CC-43/24)ପ୍ରକାରେ ଗିରଫ କରି ଅଦାଲତକୁ ବିଚାରଣା ପାଇଁ ପଠାଇଥିଲା l ଏହି ମାମଲାରେ ମୋଟ ୩ ଜଣ ସାକ୍ଷୀଙ୍କ ବିଚାରଣା ହୋଇଥିଲା l

ସରକାରୀ ଓକିଲ ରଜତ ଦାସ ମାମଲା ପରିଚାଳନା କରୁଥିବା ବେଳେ ଅଭିଯୁକ୍ତ ପକ୍ଷରୁ ଆଇନଜୀବୀ ମନୋଜ ପଟ୍ଟନାୟକ ଓ ତାଙ୍କ କନିଷ୍ଠ ସହଯୋଗୀ ଚନ୍ଦ୍ରଗୁପ୍ତ ପଟ୍ଟନାୟକ ଓ ନଦିଆ ଚାନ୍ଦ ବିଶ୍ୱାଳ ସହଯୋଗ କରୁଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande