ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ କଣ୍ଟାବାଞ୍ଜି ବିଧାୟକ
ବଲାଙ୍ଗିର, ୧ ଅଗଷ୍ଟ (ହି.ସ.)- ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ଅଧିନସ୍ଥ ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡିକର ଉଦଘାଟନ କରିଛନ୍ତି କଣ୍ଟାବାଞ୍ଜି ବିଧାୟକ । ଗତକାଲି ଆୟୋଜିତ କାର୍ଯ୍ୟକ୍ରମ ଗୁଡିକରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବ
ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ କଣ୍ଟାବାଞ୍ଜି ବିଧାୟକ


ବଲାଙ୍ଗିର, ୧ ଅଗଷ୍ଟ (ହି.ସ.)- ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ଅଧିନସ୍ଥ ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡିକର ଉଦଘାଟନ କରିଛନ୍ତି କଣ୍ଟାବାଞ୍ଜି ବିଧାୟକ । ଗତକାଲି ଆୟୋଜିତ କାର୍ଯ୍ୟକ୍ରମ ଗୁଡିକରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗଦେଇ ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଶୁଭ ଉଦଘାଟନ କରିଥିଲେ । ବ୍ଲକର ମୁଣ୍ଡପଦର, ଝରିଆଲ, ଅଲଣ୍ଡା, ସାଲେବରଟ, ଝଲପ, କୁଣ୍ଡାବୁଟୁଲା, ଗୋହିରାପଦର, ଫୁଗୁଡ଼ା, ଶରଧାପୁର ଗାଁରେ ପହଞ୍ଚି ବିଦ୍ୟାଳୟ ଗୁଡିକରେ ବିଶୁଦ୍ଧ ଥଣ୍ଡା ପାନୀୟଜଳ ପ୍ରକଳ୍ପ ଏବଂ ଗୋଷ୍ଠୀ ଗୃହ ଆଦି ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଥିଲେ ।

ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଭୋଲାନାଥ ବେହେରା, ମୁଣ୍ଡପଦର ସରପଞ୍ଚ ରାଧାକାନ୍ତ ବେହେରା, ସମିତି ସଭ୍ୟ ନୀଳକଣ୍ଠ ବାରିକ, ଝରିଆଲ ସରପଞ୍ଚ ଭରଦ୍ୱାଜ ଗହୀର, ଝରିଆଲ ସମିତି ସଭ୍ୟ ରାଜୁ ହାତୀ, ବଙ୍ଗୋମୁଣ୍ଡା ବିଜେପି ମଣ୍ଡଳ ସଭାପତି ପବିତ୍ର ପୋଢ଼, ସାଂସଦ ପ୍ରତିନିଧି ଅନିଲ ନାଏକ, ବିଧାୟକ ପ୍ରତିନିଧି ଯୌବନ ବାଗ, ଅଲଣ୍ଡା ସରପଞ୍ଚ ପ୍ରତିନିଧି ଯୁବରାଜ ବାଗ, ପୂର୍ବତନ ସରପଞ୍ଚ ଅର୍ଜୁନ ଯାଦବ, ଜଲ୍ଲା ପରିଷଦ ସଦସ୍ୟ ଦାମ ସୁନା, ଝଲପ ସରପଞ୍ଚ ପ୍ରତିନିଧି ଗୋବିନ୍ଦ ପୁଟେଲ, ସମିତି ସଭ୍ୟ ସୁଦାମ ଭୋଇ, ଘନଶ୍ୟାମ ମନହୀରା, ପ୍ରତୀକ ପୁଟେଲ, ହେମନ୍ତ ସାହୁ, ନୌରାଜ ରଣା, ନରସିଂହ ଥନାପତି, ମୂଳକ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଏଥିରେ ବହୁ ବିଜେପି କର୍ମୀ ସହ ଅନ୍ୟମାନେ ଉପସ୍ଥିତ ରହିଥଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande