ଆରଡବ୍ଲୁଏସଏସ ଯନ୍ତ୍ରୀଙ୍କୁ ପରିସ୍ରା ପିଆଇବା ଘଟଣା : ପିଅନ ଗିରଫ
ଆର. ଉଦୟଗିରି, ୧ ଅଗଷ୍ଟ (ହି.ସ.)- ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ (ଆରଡବ୍ଲୁଏସଏସ) ର ବିଭାଗୀୟ ଯନ୍ତ୍ରୀଙ୍କୁ ପରିସ୍ରା ପିଆଇବା ଘଟଣାରେ ଶୁକ୍ରବାର ସମ୍ପୃକ୍ତ ପିଅନ ଶିବ ନାରାୟଣ ନାୟକଙ୍କୁ ଗିରଫ କରିଛି ଆର. ଉଦୟଗିରି ଥାନା ପୋଲିସ । ସୂଚନାଯୋଗ୍ୟ, ଗଜପତି ଜିଲା ଆର.ଉଦୟଗିରି ବ୍ଲକର ଆରଡବ୍ଲ୍ୟୁଏସ
ଆରଡବ୍ଲୁଏସଏସ ଯନ୍ତ୍ରୀଙ୍କୁ ପରିସ୍ରା ପିଆଇବା ଘଟଣା : ପିଅନ ଗିରଫ


ଆର. ଉଦୟଗିରି, ୧ ଅଗଷ୍ଟ (ହି.ସ.)- ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ (ଆରଡବ୍ଲୁଏସଏସ) ର ବିଭାଗୀୟ ଯନ୍ତ୍ରୀଙ୍କୁ ପରିସ୍ରା ପିଆଇବା ଘଟଣାରେ ଶୁକ୍ରବାର ସମ୍ପୃକ୍ତ ପିଅନ ଶିବ ନାରାୟଣ ନାୟକଙ୍କୁ ଗିରଫ କରିଛି ଆର. ଉଦୟଗିରି ଥାନା ପୋଲିସ ।

ସୂଚନାଯୋଗ୍ୟ, ଗଜପତି ଜିଲା ଆର.ଉଦୟଗିରି ବ୍ଲକର ଆରଡବ୍ଲ୍ୟୁଏସଏସ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ସଚିନ କୁମାର ଗୌଡ଼ଙ୍କୁ ପାଣି ବଦଳରେ ପିଅନ ଜଣକ ପରିସ୍ରା ପିଇବାକୁ ଦେଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଯନ୍ତ୍ରୀ ଜଣକ ପାଣି ଭାବି ଏହାକୁ ପିଇବା ପରେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ପରେ ଯନ୍ତ୍ରୀ ଜଣକ ଏ ବାବଦରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ପୋଲିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଆରଡବ୍ଲ୍ୟୁଏସଏସ ରେ ନୂତନ କନିଷ୍ଠ ଯନ୍ତ୍ରୀ ଭାବେ ସଚିନ କୁମାର ଗୌଡ଼ ଏଠାରେ ଗତ ୨୨ ତାରିଖରେ କାର୍ଯ୍ୟରେ ଯୋଗଦେଇଥିଲେ । ତାଙ୍କ ପାଇଁ ଉଦ୍ଦିଷ୍ଟ କ୍ୱାର୍ଟର୍ସରେ ସେ ରହିଥିଲେ । ୨୩ ତାରିଖରେ ସେ ଖାଇସାରିବା ପରେ ତାଙ୍କ ପାଇଁ ରହିଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପିଇବା ପାଇଁ ପାଣି ମାଗିଥିଲେ । ସେ ପାଣି ଆଣି ଦେବା ପରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ତାହା ପିଇଥିଲେ । ମାତ୍ର ଏହି ପାଣି ଖାରିଆ ଲାଗିବାରୁ ସେ ପାଖରେ ଥିବା ଅନ୍ୟ ୨ ଜଣଙ୍କୁ ମଧ୍ୟ ସେହି ପାଣି ପିଇବାକୁ ଦେଇଥିଲେ । ଏହା ଖାରିଆ ଲାଗୁଥିବା ସେମାନେ ମଧ୍ୟ କହିବାରୁ କନିଷ୍ଠଯନ୍ତ୍ରୀ ଶ୍ରୀ ଗୌଡ଼ ଏହି ପାଣିକୁ ପରୀକ୍ଷା ପାଇଁ ଦେଇଥିଲେ । ଏ ସମ୍ପର୍କରେ ସେ ନିଜ ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଜଣାଇଥିଲେ । ତେବେ ଏହା ପାଣି ନୁହେଁ, ପରିସ୍ରା ବୋଲି ରିପୋର୍ଟରେ ଉଲ୍ଲେଖ ରହିଥିଲା । ପରେ କନିଷ୍ଠଯନ୍ତ୍ରୀ ଶ୍ରୀ ଗୌଡ଼ ଏହି ରିପୋର୍ଟକୁ ଭିତିକରି ଆର. ଉଦୟଗିରି ଥାନାରେ ଏତଲା ଦେଇଥିଲେ । ଏ ସମ୍ପର୍କରେ ଆର. ଉଦୟଗିରି ଥାନା ଅଧିକାରୀ ଅଶ୍ୱିନୀ ଭିତିରିଆ କହିଛନ୍ତି ଯେ, ଅଭିଯୋଗକୁ ଗୁରୁତ୍ୱର ସହ ନିଆଯାଇଛି । ଏ ସଂକ୍ରାନ୍ତରେ ନଂ. ୮୦/୨୬ରେ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି । ଘଟଣାର ତଦନ୍ତ ଚାଲିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande