ଜାତୀୟ କୃମି ନାଶକ ଦିବସ -୨୦୨୫ ପାଳିତ, ସମନ୍ୱୟ କାର୍ଯ୍ୟାନ୍ୱୟନ ବିଭାଗ ସହଯୋଗ ଗୁରୁତ୍ୱ ପୂର୍ଣ୍ଣ , ଡାକ୍ତର ରାୟ
ଖୋର୍ଦ୍ଧା, ୧ ଅଗଷ୍ଟ (ହି.ସ.) - ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତାଲିମ ସମ୍ମିଳନୀ କକ୍ଷରେ ଜାତୀୟ କୃମି ନାଶକ ଦିବସ ଓ କୃମି ନିରାକରଣ ନିମନ୍ତେ ଶୁକ୍ରବାର ବିଭାଗୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ସମନ୍ୱୟ ଓ କାର?୍ୟ୍ୟନ୍ୱୟନ ବିଭାଗ ମାନଙ୍କର ଦାୟିତ୍ୱ ଓ କର୍ତବ୍ୟ ଅତି ଗୁରୁତ୍ୱପୂର୍ଣ୍ଣ ବୋ
ସମୀକ୍ଷା


ଖୋର୍ଦ୍ଧା, ୧ ଅଗଷ୍ଟ (ହି.ସ.) - ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତାଲିମ ସମ୍ମିଳନୀ କକ୍ଷରେ ଜାତୀୟ କୃମି ନାଶକ ଦିବସ ଓ କୃମି ନିରାକରଣ ନିମନ୍ତେ ଶୁକ୍ରବାର ବିଭାଗୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ସମନ୍ୱୟ ଓ କାର?୍ୟ୍ୟନ୍ୱୟନ ବିଭାଗ ମାନଙ୍କର ଦାୟିତ୍ୱ ଓ କର୍ତବ୍ୟ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ ପ୍ରକାଶ କରି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ସମନ୍ୱିତ ଶିଶୁ ବିକାଶ ଅଧିକାରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗ ଭଳି ବିଭାଗର ସର୍ବଶ୍ରେଷ୍ଠ ଦାୟିତ୍ୱ ଅଛି ଏବଂ ସେମାନେ ଏହି ମହତ କୃମି ନାଶକ ଅଭିଯାନରେ ଉତ୍ସର୍ଗୀକୃତ ନିଷ୍ଠାପର ସେବା ଯୋଗାଇ ଦେବା ପାଇଁ ଆହ୍ୱାନ ଦେଇଥିଲେ । ଆସନ୍ତା ୧୨ ଅଗଷ୍ଟ ଦିନ ଖୋର୍ଦ୍ଧା ଜିଲ୍ଲାର ୧ ରୁ ୧୯ ବର୍ଷ ପିଲା ଏବଂ ୨୦ ରୁ ୨୪ ବର୍ଷ ପର୍ଯ୍ୟନ୍ତ ମହିଳା ମାନଙ୍କୁ ଅଙ୍ଗନୱାଡ଼ି କେନ୍ଦ୍ର ଓ ସମସ୍ତ ବିଦ୍ୟାଳୟ ମାନଙ୍କରେ ଆଲବେଣ୍ଡଜାଲ ବଟିକା ପ୍ରଦାନ କରାଯିବ । ରକ୍ତ ହୀନତା ଏବଂ ଅସୁସ୍ଥତା ରୁ ଦୂରେଇ ରଖିବାକୁ ସରକାରଙ୍କ ତରଫରୁ ପ୍ରତିବର୍ଷ ଫେବୃୟାରୀ ଏବଂ ଅଗଷ୍ଟ ମାସରେ ଏହି ଔଷଧ ପ୍ରଦାନ କରାଯାଉଅଛି । ଖୋର୍ଦ୍ଧା ଜିଲ୍ଲାର ୨୧୧୮ ବିଦ୍ୟାଳୟ ଏବଂ ୨୬୦୧ ଅଙ୍ଗନୱାଡ଼ି କେନ୍ଦ୍ର ରେ ୭୬୫୦୭୪ ଜଣ ପିଲାଙ୍କୁ ଓ ୧୧୫୮୩୧ ମହିଳା ମାନଙ୍କୁ ଏହି ବଟିକା ପ୍ରଦାନ କରାଯାଇ ସୁସ୍ଥ ଖୋର୍ଦ୍ଧା ଭିଜନ କୁ ସାକାର କରିବାକୁ ପଦକ୍ଷେପ ନିଆଯିବ ବୋଲି ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ ପ୍ରକାଶ କରିଛନ୍ତି । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି ମ୍ୟାନେଜର, ଶିଶୁ ପୋଷଣ ସ୍ୱାସ୍ଥ୍ୟ,ରୋଜାଲିନ ମହାପାତ୍ର, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶୁଭକାନ୍ତ ଗନ୍ତାୟତ ଏବଂ ଏ ଡି ଏମ ଓ , ପରିବାର ମଙ୍ଗଳ, ଡାକ୍ତର ପ୍ରଦୀପ୍ତ କୁମାର ସାହୁ ଯୋଗ ଦେଇ ବିଭିନ୍ନ ଉପାଦେୟ ବକ୍ତବ୍ୟ ରଖିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande