ମାଲକାନଗିରି, ୧ ଅଗଷ୍ଟ (ହି.ସ.)- ଆଜି ମାଲକାନଗିରି ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟସ (ଏମ ୟୁ ଜେ)ର ସଭାପତି ଦେବ ପ୍ରସାଦ ଦାଶଙ୍କ ନେତୃତ୍ୱରେ ଏମ ୟୁ ଜେ ର ବିଭିନ୍ନ କର୍ମକର୍ତ୍ତା ଓ ସାମ୍ବାଦିକ ମାନେ ମାଲକାନଗିରି ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ଯୋଗଦେଇଥିବା ସୋମେଶ ଉପାଧ୍ୟାୟଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଶ୍ରୀ ଉପାଧ୍ୟାୟ ମାଲକାନଗିରି ଜିଲ୍ଲାର ଉନ୍ନତି ପାଇଁ ଏମ ୟୁ ଜି ର ସମସ୍ତ ସାମ୍ବାଦିକ ମାନଙ୍କର ସହଯୋଗୀତା ଲୋଡ଼ି ଥିଲେ ଏବଂ ସମସ୍ତେ ମିଳିମିଶି ଏହି ଜିଲ୍ଲାକୁ ଉନ୍ନତି ପଥରେ ଆଗେଇ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ସାମ୍ବାଦିକ ମାନେ ମାଲକାନଗିରି ଜିଲ୍ଲାର ରାସ୍ତାଘାଟର ଉନ୍ନତି, ରେଳପଥ ଓ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା, ମେଡିକାଲରେ ଯଥେଷ୍ଟ ସଂଖ୍ୟକ ଡାକ୍ତର, ବିଦ୍ୟାଳୟ ଗୁଡିକରେ ଯଥେଷ୍ଟ ସଂଖ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ନିଯୁକ୍ତି ଏବଂ ସ୍ବାଭିମାନ ଅଞ୍ଚଳରେ ପର୍ଯ୍ୟଟନର ବିକାଶ କୁ ପ୍ରାଥମିକତା ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ।
ଏହି ସୌଜନ୍ୟମୂଳକ ସାକ୍ଷାତକାରରେ ଏମ ୟୁ ଜେ ର ଉପ ସଭାପତି ସତ୍ୟ ନାରାୟଣ ପଣ୍ଡା, ବରିଷ୍ଠ ସାମ୍ବାଦିକ ଜୀତେନ୍ଦ୍ର ବେଉରା,କାମରାଜ ଜେନା, ବିକ୍ରମ କେଶରୀ ପାଢ଼ୀ ଓ ଅନ୍ୟାନ୍ୟ ସାମ୍ବାଦିକ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ