ସୁବର୍ଣ୍ଣପୁର, ୧ ଅଗଷ୍ଟ (ହି.ସ.) - ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ଏକାଡେମୀ ଫର୍ ରୁରାଲ ଏନରିଚମେଂଟର ସହଭାଗୀତାରେ ସୋନପୁର ଜିଲ୍ଲାରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଗୋଷ୍ଠୀ ଭିତିକ ବିକାଶ ଓ ଥଇଥାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଅଛି । ଏହି ପଦକ୍ଷେପ ଟିପିଡବ୍ଲୁଓଡିଏଲର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ବିଭାଗର ଏକ ଅଂଶ ।
ଏହି କାର୍ଯ୍ୟକ୍ରମଟି ସୋନପୁର ଜିଲ୍ଲାର ଧୋବମୁଣ୍ଡା ସ୍ଥିତ ରାରେ ସମ୍ମିଳନୀ କକ୍ଷରେ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା ଏବଂ କମ୍ପୋଜିଟ୍ ରିଜିଓନାଲ ସେଣ୍ଟର ବଲାଙ୍ଗିରର ନିର୍ଦ୍ଦେଶକ, ଉପ-ବିଭାଗୀୟ ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ମୁଖ୍ୟ ଜିଲ୍ଲା ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଏବଂ ଜିଲ୍ଲା ଦକ୍ଷତା ବିକାଶ ଏବଂ ନିଯୁକ୍ତି ଅଧିକାରୀ ସମେତ ଅନେକ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ । ଭିନ୍ନକ୍ଷମ ହିତାଧିକାରୀ, ସେମାନଙ୍କ ପରିବାର ଏବଂ ଯତ୍ନ ନେଉଥିବା ବ୍ୟକ୍ତିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ବର୍ଷବ୍ୟାପୀ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକର ୧୩ଟି ଗ୍ରାମ ପଂଚାୟତର ୧,୦୦୦ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିବା । ଏହାର ମୁଖ୍ୟ ଲକ୍ଷ୍ୟ ହେବ ଭିନ୍ନକ୍ଷମ ବ୍ୟକ୍ତି ଙ୍କ ସଶକ୍ତିକରଣ ।
ପ୍ରକାଶଥାଉ କି, ଆବଶ୍ୟକତା ଆଧାରିତ ଥଇଥାନ ବ୍ୟବସ୍ଥା, ବୃତିଗତ ତାଲିମ ଏବଂ ଶିକ୍ଷାଗତ ସହାୟତା, ହିତାଧିକାରୀ ଏବଂ ପରିବାର ପାଇଁ ପରାମର୍ଶ ସେବା, ସ୍ଥାନୀୟ ସ୍ୱାସ୍ଥ୍ୟସେବା କର୍ମୀ, ଶିକ୍ଷକ ଏବଂ ସ୍ୱେଚ୍ଛାସେବକମାନଙ୍କୁ ଅକ୍ଷମତା ସଚେତନତା ଉପରେ ତାଲିମ, ସରକାରୀ ଯୋଜନା ଏବଂ ଅନ୍ତର୍ଭୁକ୍ତିମୂଳକ ବିକାଶ କାର୍ଯ୍ୟକ୍ରମଗୁଡ଼ିକର ପ୍ରବେଶକୁ ପ୍ରୋତ୍ସାହିତ କରିବା, ନିୟମିତ ଫିଜିଓଥେରାପି, ବୃତିଗତ ଚିକିତ୍ସା ଏବଂ ସ୍ପିଚ୍ ଥେରାପି ପ୍ରଦାନ କରିବା ଆଦି ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ।
କାର୍ଯ୍ୟକ୍ରମର ଉଦଘାନୀ ଅବସରରେ ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତିନି ଜଣ ହିତାଅଧିକାରୀଙ୍କୁ ତିନୋଟି ହ୍ୱିଲଚେୟାର ପ୍ରଦାନ କରିଥିଲେ ।
ଏହା କର୍ପୋରେଟ୍ ଯୋଗାଯୋଗ ଏବଂ ସରକାରୀ ସମ୍ପର୍କ ମୁଖ୍ୟ ଟିପିଡବ୍ଲ୍ୟୁଓଡିଏଲ୍, କର୍ପୋରେଟ୍ କାର୍ଯ୍ୟାଳୟ, ବୁର୍ଲା ସୁତ୍ରରୁ ପ୍ରେସ ବିଜ୍ଞପ୍ତି ରେ ପ୍ରକାଶ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ