ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଗଞାମ, ୧ ଅଗଷ୍ଟ (ହି.ସ.)- ବ୍ରହ୍ମପୁର ସହରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ, ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ସାମାଜିକ ବନିକରଣ ମାସର ଅନ୍ତିମ ଦିବସରେ ଅମ୍ବପୁଅସ୍ଥିତ ହେଲେନ କେଳେର ମୁକ ଓ ବଧିର ବିଦ୍ୟାଳୟ ପ୍ରାଙ୍ଗଣରେ ପରିବେଶ ସୁରକ୍ଷା ସମ୍ପର୍କିତ ସଚେତନତା ଓ ବୃକ୍ଷ ରୋପଣ
ବହୁ ମୁଖିର ବୃକ୍ଷ ରୋପଣ କାର୍ଯ୍ୟକ୍ରମ


ଗଞାମ, ୧ ଅଗଷ୍ଟ (ହି.ସ.)-

ବ୍ରହ୍ମପୁର ସହରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ, ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ସାମାଜିକ ବନିକରଣ ମାସର ଅନ୍ତିମ ଦିବସରେ ଅମ୍ବପୁଅସ୍ଥିତ ହେଲେନ କେଳେର ମୁକ ଓ ବଧିର ବିଦ୍ୟାଳୟ ପ୍ରାଙ୍ଗଣରେ ପରିବେଶ ସୁରକ୍ଷା ସମ୍ପର୍କିତ ସଚେତନତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ସଭାପତି ଡା. ସଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ମହମଦ ଆସଲାମ ପରଚଳନା କରିଥିଲେ l ବରିଷ୍ଠ ସଦସ୍ୟ ଶ୍ୟାମାସୁନ୍ଦର ଖାଡ଼ଙ୍ଗା, କୈଳାସ ଚନ୍ଦ୍ର ତ୍ରିପାଠୀ, ଯୁବ ସଦସ୍ୟ ଲାଲବାହାଦୁର ପଟ୍ଟନାୟକ, ପୂର୍ବତନ ସମ୍ପାଦକ ଭାଗିରଥି ପାଣିଗ୍ରାହୀଙ୍କ ସମେତ ବହୁ ସଦସ୍ୟ ଯୋଗଦେଇଥିଲେ | ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଉରୀ ବନ୍ଧୁ ନାୟକ, ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ, କର୍ମକର୍ତାମାନେ ଚାରା ରୋପଣ କରିଥିଲେ |

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande