ସମ୍ବଲପୁର, ୦୧ ଅଗଷ୍ଟ (ହି.ସ.) ସମ୍ବଲପୁର ଜିଲ୍ଲା କୁଚିଣ୍ଡା ମହାବିଦ୍ୟାଳୟର ପ୍ରାଧ୍ୟାପିକା ସୁଶ୍ରୀ ସୁଚିତ୍ରା ମିଶ୍ର ମହାବିଦ୍ୟାଳୟରେ ୩୩ ବର୍ଷ ବିତାଇବା ପରେ ଅବସର ଗ୍ରହଣ କରିଛନ୍ତି। ସେ କୁଚିଣ୍ଡା ମହାବିଦ୍ୟାଳୟରେ ୨ ଜାନୁଆରୀ ୧୯୯୨ ମସିହାରେ ଦର୍ଶନ ବିଭାଗରେ ଯୋଗଦାନ କରିଥିଲେ।୨୧/୧୧/୨୦୨୨ ମସିହାରେ କୁଚିଣ୍ଡା ମହାବିଦ୍ୟାଳୟରେ ଅଧ୍ୟକ୍ଷା ଭାବେ ବର୍ତ୍ତମାନ ପର୍ଯ୍ୟନ୍ତ ଦାୟିତ୍ବ ଗ୍ରହଣ କରିଥିଲେ। ତାଙ୍କ ଜୀବନରେ ଅନେକ ସଂଘର୍ଷ କରି ଛାତ୍ରଛାତ୍ରୀ ମାନଙ୍କୁ ଭଲ ପାଠ ପଢ଼ାଇବା ସହିତ ସମାଜରେ ପ୍ରତିଷ୍ଠିତ ହୋଇ ବଡ ମଣିଷ ହେବା ପାଇଁ ସଦା ସର୍ବଦା ପରାମର୍ଶ ଦେଇ ଆସିଥିଲେ। ୨୦୦୫ ମସିହାରେ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାରେ ଦାୟିତ୍ୱ ଗ୍ରହଣ କରି ଟ୍ରେନିଂ ପାଇଁ ନରେନ୍ଦ୍ରପୁର କଲିକତା ଯାଇଥିଲେ ଏବଂ ଏହା ପରେ ଯୁବ ରେଡକ୍ରସ୍ ଦାୟିତ୍ଵ ବହନ କରିଥିଲେ। ସେ ଏକକାଳୀନ ଜଣେ ସମାଜସେବୀ ଏବଂ ସାହିତ୍ୟିକ ମଧ୍ୟ ଥିଲେ। ମହାବିଦ୍ୟାଳୟରେ ତାଙ୍କ ୩୩ ବର୍ଷ ଜୀବନରେ ଅନେକ ସଫଳତା ପାଇଥିଲେ। ଅବସର ସମୟରେ ସେ ମହାବିଦ୍ୟାଳୟର ଦର୍ଶନ ବିଭାଗକୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ । ସେହି ଟଙ୍କାର ବର୍ଷକର ସୁଧ ପାଇସାକୁ ଦର୍ଶନ ବିଭାଗରେ କୃତି ଅର୍ଜନ କରିଥିବା ଶିକ୍ଷାର୍ଥୀକୁ ପ୍ରଦାନ କରିବାକୁ କହିଥିଲେ । ଏଥିସହ ନନ୍ଦିନୀ ଛାତ୍ରୀ ନୀବାସକୁ ମଧ୍ୟ ୭୫ ହଜାର ଟଙ୍କା ପ୍ରଦାନ କରିଥିଲେ । ସେହି ପଇସାର ବର୍ଷକର ସୁଧ ପାଇସା କୁ ଛାତ୍ରୀ ନୀବାସରେ ରହୁଥିବା ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରୀ ମାନଙ୍କ ମଧ୍ୟରେ କୃତି ଅର୍ଜନ କରିଥିବା ଶିକ୍ଷାର୍ଥୀ କୁ ପ୍ରଦାନ କରାଯିବାକୁ କହିଥିଲେ। ମହାବିଦ୍ୟାଳୟରେ ଅବସର ନେବା ସମୟରେ ସମସ୍ତ କର୍ମଚାରୀ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହିଥିଲେ। ଏବଂ ଆଜି କୁଚିଣ୍ଡା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ରସାୟନ ବିଜ୍ଞାନ ଅଧ୍ୟାପକ ଡ଼ଃ ସୁମନ୍ତ କୁମାର ପଟେଲ ଦାୟିତ୍ଵ ଗ୍ରହଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ