ଭୁବନେଶ୍ୱର, ୧ ଅଗଷ୍ଟ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାର ହେମଗିରିରେ ସର୍ବାଧିକ ୩୪.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରେ ୨୬.୩ ମି.ମି., କଳାହାଣ୍ଡି ଜିଲ୍ଲାର ଜୟପାଟଣାରେ ୧୮.୦ ମି.ମି., ଗଞ୍ଜାମ ଜିଲ୍ଲାର ଚିକିଟିରେ ୧୭.୨ ମି.ମି., କେନ୍ଦୁଝର ଜିଲ୍ଲାର ବାଂଶପାଳରେ ୧୬.୨ ମି.ମି., ଖୋର୍ଦ୍ଧା ଜିଲ୍ଲାର ବେଗୁନିଆରେ ୧୪.୦ ମି.ମି., କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ରେ ୧୩.୬ ମି.ମି., କନ୍ଧମାଳ ଜିଲ୍ଲାର କୋଟଗଡ଼ରେ ୧୩.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ଲହୁଣିପଡ଼ାରେ ୧୨.୪ ମି.ମି., ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ୧୨.୧ ମି.ମି., ବରଗଡ଼ ଜିଲ୍ଲାର ପାଇକମାଳରେ ୧୨.୦ ମି.ମି., ମାଲକାନଗିରି ଜିଲ୍ଲାର ମାଥିଲିରେ ୧୨.୦ ମି.ମି. ଏବଂ ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ରେ ୧୨.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ