ସଠଗାଁ ହନୁମାନ ମନ୍ଦିରରୁ ଚୋରି
ଭଦ୍ରକ, ୧ ଅଗଷ୍ଟ (ହି.ସ.) - ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କୋରିଗାଁ ପଂଚୟତ ସଠଗାଁ ହନୁମାନ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ମନ୍ଦିର ପୂଜକ ବିଭୁପ୍ରସାଦ ମିଶ୍ର ଏଅନେଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ପୂଜକ ଗୁରୁବାର ସନ୍ଧ୍ୟା ଆରତୀ ସାରି ମନ୍ଦିରରେ ତାଲା ପକାଇ ଘରକୁ ଯାଇଥ
SATHAGAON HANUMAN MANDIRARU CHORI


ଭଦ୍ରକ, ୧ ଅଗଷ୍ଟ (ହି.ସ.) - ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କୋରିଗାଁ ପଂଚୟତ ସଠଗାଁ ହନୁମାନ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ମନ୍ଦିର ପୂଜକ ବିଭୁପ୍ରସାଦ ମିଶ୍ର ଏଅନେଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ପୂଜକ ଗୁରୁବାର ସନ୍ଧ୍ୟା ଆରତୀ ସାରି ମନ୍ଦିରରେ ତାଲା ପକାଇ ଘରକୁ ଯାଇଥିଲେ । ଶୁକ୍ରବାର ସକାଳ ୬ଟାରେ ମନ୍ଦିରକୁ ଯାଇ ଭାଗରେ ପଡିଥିବା ୨ଟି ତାଲା ମଧ୍ୟରୁ ଗୋଟିଏ ଭଙ୍ଗା ହୋଇପଡିଥିଲା । ଅନ୍ୟ ଢାଲାଟି ନଥିଲା । ମନ୍ଦିର ହୁଣ୍ଡିବାକୁ ଓ ଭଣ୍ଡାରଘର ତାଲା ମଧୁ ନଥିଲା। ମନ୍ଦିର ପରିଚାଳକ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ତନଖରୁ ବହୁ ସାମଗ୍ରୀ ଓ ଅର୍ଥ ଚୋରି ହୋଇଥିବା ଜଣାପଡିଥିଲା । ଭଣ୍ଡାର ଘରୁ ୩ଟି ରୂପା ମୁକୁଟ, ୨ଟି ରୂପା ଆଖୁ, ପିତଳ ନିର୍ମିତ ଚକ ହାଣ୍ଡି ଗୋଟିଏ, ପିତଳ ନିର୍ମିତ ହୋଇଥଳି ୩ଟି, ପି କ ଚାଲି, ପ ଆଦି ସମସ୍ତେ ହୁଣ୍ଡିରୁ ପ୍ରାୟ ୩୦ ହଜାର ଟଙ୍କା ଆଦି ଚୋରି ହୋଇଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଚୋରି ସମ୍ପ ର ମୋଟ ମୂଲ୍ୟ ଦେଢଲକ୍ଷ ଟଙ୍କା ହେବ । ପୁଲିସ ସଂପୃକ୍ତ ମନ୍ଦିରରେ ପହ ତଦନ୍ତ କରିଥିବା ଜଣାଯାଇଛି । ଏ ସମ୍ପର୍କରେ ଥାନାରେ ୩୪୬୨୫ନଂ ମାମଲା ଋଜୁ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande