ବାରିପଦା, ୧ ଅଗଷ୍ଟ (ହି.ସ.) - ବେଆଇନ ଭାବେ ବାଲି ଚୋରା ଚାଲାଣ ବେଳେ ବାରିପଦା ସଦର ଥାନା ପୁଲିସ ଦ୍ୱାରା ବାଲି ବୋଝେଇ ଟ୍ରାକ୍ଟର ଜବତ ସହ ଚାଳକଙ୍କୁ ଗିରଫ କରାଯାଇଛି। ଚାଳକ ଜଣକ ହେଲେ ଶୁଲିଆପଦା ଥାନା ଅନ୍ତର୍ଗତ କୁଜୁଡ଼ିହି ଗ୍ରାମର ଶିବ ସିଂ(୨୮)। ଅନେକ ପରିମାଣର ଲଘୁ ଖଣିଜ ଚୋରା ଚାଲାଣ ହେଉଥିବାର ବାରମ୍ବାର ଅଭିଯୋଗ ହେଉଛି। ଯାହାକୁ ନେଇ ପୁଲିସ ପକ୍ଷରୁ ନିଚୁଆପଦା ଅଂଚଳରେ ପେଟ୍ରୋଲିଂ ସମୟରେ ଦୃତଗତିରେ ଆସୁଥିବା ଟ୍ରାକ୍ଟରକୁ ଅଟକାଇ ପଚରାଉଚରା କରିଥିଲା। ମାଲିକଙ୍କ ନିର୍ଦ୍ଦେଶକ୍ରମେ ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଥିବାରେ ନେଇ ଜାଣିବା ପରେ ଗାଡିକୁ ଜବତ କରାଯାଇଛି। ଏନେଇ ଥାନାରେ ଲଘୁ ଖଣିଜ ବେଆଇନ ଚୋରା ଚାଲାଣ ନେଇ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ