ଜୟପୁର, ୧ ଅଗଷ୍ଟ (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ ରଣ୍ଡାପିଲ୍ଲି ପଞ୍ଚାୟତ ଅନ୍ତର୍ଗତ ପାତ୍ରଗୁଡା ଗ୍ରାମରେ ଆଜି ଅପରାହ୍ନ ୩ଟାରେ ଅନ୍ଧ ବିଶ୍ୱାସକୁ ନେଇ ସଚେତନତା ସଭା ଅନୁଷ୍ଠିତ ହୋଇଛି । ଜୟପୁର ସମନ୍ୱିତ ଶିଶୁ ବିକାଶ ବିଭାଗ ତରଫରୁ ଏହି ସଚେତନତା ସଭା ଆୟୋଜନ କରାଯାଇଛି । କାଉ ମିଳନ ଦେଖିଲେ ବୋଲି ପ୍ରତୀକାତ୍ନକ ଶବ ସତ୍କାର ପରି ଘଟଣା ପାତ୍ରଗୁଡାରେ ଘଟିଡଥିଲା । ଯାହାକୁ ନେଇ ସାରା ରାଜ୍ୟରେ ଚହଲ ସୃଷ୍ଟି କରିଥିଲା । ଏହିକୁ ନେଇ ଆଜି ସିଡିପିଓ କାଞ୍ଚନ ପଣ୍ଡା ସହ ଏକ ଟି ପହଞ୍ଚି ସଚେତନ କରିଥିଲେ । ଏହା ଏକ ଅନ୍ଧ ବିଶ୍ୱାସ , ଅନ୍ଧବିଶ୍ୱାସର ଶୀକାର ନହେବା ପାଇଁ ସଚେତନ କରିଥିଲେ । ମିଥ୍ୟ। ଖବର ଶୁଣି ଅଧିକାରି ଖର୍ଚ୍ଚାନ୍ତ ନହେବାକୁ ପରାମର୍ଶ ଦେଇଥିଲେ। ଅଙ୍ଗନବାଡି କର୍ମି, ଆଶା ଗ୍ରାମବାସୀ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି