ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୬୩୪ମି ପହଂଚିଲା
ମୁଖୀଗୁଡ଼ା, ୧ ଅଗଷ୍ଟ (ହି.ସ.) - ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୬୩୪.୨୦ମିଟରକୁ ପହଂଚିଛି। ଯାହା ଗତ ବର୍ଷ ୬୩୧. ୩୦ ମି ରହିଥିଲା ଚଳିତ ବର୍ଷ ମେରେ୧୧୬ମିଲିମିଟର, ଜୁନରେ ୨୨୨ମିଲିମିଟର ଜୁଲାଇ ମାସରେ ୧୯୫ମିଳି ମିଟର ବର୍ଷା ରେବର୍କ କରାଯାଇଛି । ଇନ୍ଦ୍ରାବତୀ ଜଳ ଭଣ୍ଡାର ଜଳସ୍ତର ଗତବର୍ଷ ତୁଳନାରେ ତିନ
ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୬୩୪ମି ପହଂଚିଲା


ମୁଖୀଗୁଡ଼ା, ୧ ଅଗଷ୍ଟ (ହି.ସ.) - ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୬୩୪.୨୦ମିଟରକୁ ପହଂଚିଛି। ଯାହା ଗତ ବର୍ଷ ୬୩୧. ୩୦ ମି ରହିଥିଲା ଚଳିତ ବର୍ଷ ମେରେ୧୧୬ମିଲିମିଟର, ଜୁନରେ ୨୨୨ମିଲିମିଟର ଜୁଲାଇ ମାସରେ ୧୯୫ମିଳି ମିଟର ବର୍ଷା ରେବର୍କ କରାଯାଇଛି । ଇନ୍ଦ୍ରାବତୀ ଜଳ ଭଣ୍ଡାର ଜଳସ୍ତର ଗତବର୍ଷ ତୁଳନାରେ ତିନି ମିଟର ଅଧିକ ଥିବା ବେଳେ ଚାଷୀଙ୍କ ଆବଶ୍ୟକ ମୁତାବକ ପାଣି ଛଡାଯାଉ ନଥିବାରୁ ଚାଷୀ ଅସନ୍ତୋଷ ପ୍ରକାଶ ପାଉଛି ଓ ବାମ ମୁଖ୍ୟ କେନାଳରେ ୧୨.୪୭ ଦକ୍ଷିଣ ମୁଖ୍ୟ କେନାଳର ବେଳେ ୧୮.୭୫ ମେଗା ଲିଫ୍ଟରେ ୧୮.୭୫ କ୍ୟୁମେକ୍ସ ଜଳ ସେଚନ ପାଇଁ ଛଡ଼ା ଯାଇଥୁବା ସୂଚନା ମିଳିଛି । ଏବେ ଧାନ ରୁଆ ଚାଲିଥିବା ବେଳେ ଚାଷୀଙ୍କ ଆବଶ୍ୟକ ଅନୁସାରେ କେନାଲ ପାଣି ଦେବାକୁ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / ନିହାର ରଂଜନ ବେହେରା |


 rajesh pande