ବୃକ୍ଷ ହିଁ ଭଗବାନ କାର୍ଯ୍ୟକ୍ରମ
ବଲାଙ୍ଗିର, ୧ ଅଗଷ୍ଟ (ହି.ସ.)- ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପୂଜାପୂଜା ସେବା ସଂଗଠନର ସହଯୋଗରେ ପୂଜ୍ୟପୂଜା ସେବା ସଂଗଠନର ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଗତ ତିନି ଦିନ ଧରି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି । ପ୍ରଥମ ଦିନ ଆର.ଆର. କଲୋନି ଓ ସଦାଇପାଲି ହାଇସ୍କୁଲରେ, ଦ୍ୱ
ବୃକ୍ଷ ହିଁ ଭଗବାନ କାର୍ଯ୍ୟକ୍ରମ


ବଲାଙ୍ଗିର, ୧ ଅଗଷ୍ଟ (ହି.ସ.)- ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପୂଜାପୂଜା ସେବା ସଂଗଠନର ସହଯୋଗରେ ପୂଜ୍ୟପୂଜା ସେବା ସଂଗଠନର ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଗତ ତିନି ଦିନ ଧରି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି । ପ୍ରଥମ ଦିନ ଆର.ଆର. କଲୋନି ଓ ସଦାଇପାଲି ହାଇସ୍କୁଲରେ, ଦ୍ୱିତୀୟ ଦିନ ସଦାଇପାଲି ଉ.ପ୍ରା. ବିଦ୍ୟାଳୟ, ଧୁମାମରା ଉ.ପ୍ରା. ବିଦ୍ୟାଳୟ ଓ ପଥରଚେପା ଉ.ପ୍ରା ବିଦ୍ୟାଳୟ ଏବଂ ତୃତୀୟ ଦିନ ଶାନ୍ତିପଡା ସରକାରୀ ଉ.ପ୍ରା. ବିଦ୍ୟାଳୟ ରେ ବୃକ୍ଷ ରୋପଣ କରି ବୃକ୍ଷ ହିଁ ଭଗବାନ ଓ ବୃକ୍ଷ ହିଁ ଜୀବନ ବୋଲି ଛାତ୍ର ଛାତ୍ରୀମାନଙ୍କୁ ସଚେତନ କରାଯାଇ ପ୍ରତ୍ୟେକ ଛାତ୍ର ଛାତ୍ରୀ ଦୁଇ ଦୁଇଟି ବୃକ୍ଷ ରୋପଣ କରିବାକୁ ପରାମର୍ଶ ଦିଆଯାଇଛି । ଶାନ୍ତିପଡା ଉ.ପ୍ରା. ବିଦ୍ୟାଳୟର କାର୍ଯ୍ୟକ୍ରମରେ ଉପଦେଷ୍ଟା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ଦେବତାର ମହତ୍ୱ ବୁଝାଇଥିଲେ । ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଛମାନଙ୍କୁ ଧୂପ, ଦୀପ ଓ ସିନ୍ଦୁର ଦେଇ ପୂଜା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମକୁ ସୁନାଧର ବନଛୋର, ଚୁଡେନ୍ଦ୍ର କୁମାର ବେହେରା, ନୃପରାଜ ରଣା, ଭୀମସେନ ସାହୁ ଏବଂ ଆଦ୍ୟାଶନ୍ତି ନାରୀ ସଂଗଠନର ମାଳତି ଉଦ୍‌ଗାତା, କସ୍ତୁରୀ ରଥ, ନିହାରିକା ମିଶ୍ର, ଆରତୀ ମିଶ୍ର ଓ ରାଜଶ୍ରୀ ତ୍ରିପାଠି ସହଯୋଗ କରିଥିଲେ । ଶେଷରେ ଉପ-ସଭାପତି ମଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande