କେନ୍ଦୁଝରରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ
କେନ୍ଦୁଝର, ୧ ଅଗଷ୍ଟ (ହି.ସ.) - କେନ୍ଦୁଝର ମୁଖ୍ୟ ଚିକିତ୍ସାଲୟ ସମ୍ମିଳନୀ କକ୍ଷରେ ଜିଲ୍ଲା ମୁଖ୍ୟ ସମିତି ଆନୁକୂଲ୍ୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ ଅଧିକାରୀ ଡାକ୍ତର ବିନୋଦ ବିହାରୀ ମିଶ୍ର ଅଧ୍ୟକ୍ଷତା କରି ସ୍ତନ୍ୟପାନର ଉପକାରିତା ଓ ସଠିକ ସ
କେନ୍ଦୁଝରରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ


କେନ୍ଦୁଝର, ୧ ଅଗଷ୍ଟ (ହି.ସ.) - କେନ୍ଦୁଝର ମୁଖ୍ୟ ଚିକିତ୍ସାଲୟ ସମ୍ମିଳନୀ କକ୍ଷରେ ଜିଲ୍ଲା ମୁଖ୍ୟ ସମିତି ଆନୁକୂଲ୍ୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ ଅଧିକାରୀ ଡାକ୍ତର ବିନୋଦ ବିହାରୀ ମିଶ୍ର ଅଧ୍ୟକ୍ଷତା କରି ସ୍ତନ୍ୟପାନର ଉପକାରିତା ଓ ସଠିକ ସ୍ତନ୍ୟପାନ କରାଇବା ଉପରେ ପରାମର୍ଶ ଦେଇଥିଲେ ।

ଡାକ୍ତର ଲଷ୍ମୀକାନ୍ତ ମହନ୍ତ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ ଅଧିକାରୀ (ପରିବାର କଲ୍ୟାଣୀ) ସ୍ତନ୍ୟପାନ ସପ୍ତାହ ପାଳନ କରିବାର ତାପ୍ତର୍ଯ୍ୟ ଓ ପ୍ରଚାର, ପ୍ରସାର ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

ବରିଷ୍ଠ ଶିଶୁ ରୋଗ ବିଶେଜ୍ଞ ଡାକ୍ତର ପି. କେ. ମହାକୁଡ଼ ଯୋଗ ଦେଇ ସ୍ତନ୍ୟପାନର କେତେକ ଦିଗ ଉପରେ ବିଷୋଦ ଭାବରେ ବର୍ଣ୍ଣନା କରିଥିଲେ । ଯଥା ଜନ୍ମରୁ ୧ ଘଂଟା ମଧ୍ୟରେ ଶିଶୁଙ୍କୁ ସ୍ତନ୍ୟପାନ କରାଇବା ଆରମ୍ଭ କରନ୍ତୁ, ଶିଶୁକୁ ୬ ମାସ କେବଳ ମା' କ୍ଷୀର ଖାଇବାକୁ ଦିଅନ୍ତୁ । ଏହି ସମୟ ମଧ୍ୟରେ କୌଣସି ବାହାର ଖାଦ୍ୟ ଯଥା ଗାଈ କ୍ଷୀର, ପାଣି, ମହୁ, ବା ଚିନି ପାଣି ଦିଅନ୍ତୁ ନାହିଁ । ମା' ର ପ୍ରଥମ କଷ କ୍ଷୀର ଶିଶୁର ରୋଗ ପ୍ରତିରୋଧକ ବଢ଼ାଇ ଥାଏ । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପୁରୋଷୋତମ ମହନ୍ତ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବିଶ୍ୱ ସ୍ତନ୍ୟପାନ ସପ୍ତାହର ବାର୍ତା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ସ୍ତନ୍ୟପାନକୁ ପ୍ରାଥମିକତା ଦିଅନ୍ତୁ ନିରନ୍ତର ସହାୟତା ପ୍ରଦାନର ବ୍ୟବସ୍ଥା କରନ୍ତୁ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ନିତ୍ୟରଞ୍ଜନ ବରାଳ, ବିଶ୍ୱ ସ୍ତନ୍ୟପାନ ପାଳନ କରିବାର ଉଦେଶ୍ୟ ଓ ସଠିକ ସ୍ତନ୍ୟପାନ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

ଉକ୍ତ ବୈଠକରେ ପ୍ରସୂତି ମହିଳା, ନର୍ସିଙ୍ଗ ଅଫିସର, ନର୍ସିଙ୍ଗ ଛାତ୍ରୀ, ପାରାମେଡିକାଲ ଷ୍ଟାଫ ଓ ବିଭାଗୀୟ ଅଧିକାରୀ ଯୋଗ ଦେଇଥଲେ ।

ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଜନସ୍ୱାସ୍ଥ୍ୟ ସଂଚାର ଅଧିକାରୀ ଶ୍ରୀ ଭରତ କୁମାର ସାହୁ ଓ ବୃନ୍ଦାବନ ସାହୁ, ପରିସଂଖ୍ୟା ସଂଚାଳନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande