ବନ୍ୟା ପ୍ରଭାବିତଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହେଲା ଥିଲେ ଦିଅନ୍ତୁ, ନଥିଲେ ନିଅନ୍ତୁ
କେନ୍ଦ୍ରାପଡ଼ା, ୦୧ ଅଗଷ୍ଟ(ହି.ସ.) – ଓଡିଶାର ଉପକୂଳବର୍ତୀ ଜିଲ୍ଲା ମଧ୍ୟରୁ କେନ୍ଦ୍ରାପଡ଼ା ଅନ୍ୟତମ ଅଟେ। କେନ୍ଦ୍ରାପଡ଼ା ଜିଲ୍ଲାରେ ଏବେ ବନ୍ୟା ର ତାଣ୍ଡବ ବଢ଼ି ଚାଲିଛି। ବ୍ରାହ୍ମଣୀ ନଦୀଠୁ ଆରମ୍ଭ କରି ଅନ୍ୟ ନଦୀ ମାନଙ୍କର ବର୍ଦ୍ଧିତ ଜଳ ପ୍ରଭାବ ରେ ଆଳି, ପଟ୍ଟାମୁଣ୍ଡାଇ ବ୍ଲକ ସହ ଅନ୍ୟାନ୍ୟ ଅଂଚଳ ଜଳମଗ୍ନ
ବନ୍ୟା ପ୍ରଭାବିତଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହେଲା ଥିଲେ ଦିଅନ୍ତୁ, ନଥିଲେ ନିଅନ୍ତୁ


କେନ୍ଦ୍ରାପଡ଼ା, ୦୧ ଅଗଷ୍ଟ(ହି.ସ.) – ଓଡିଶାର ଉପକୂଳବର୍ତୀ ଜିଲ୍ଲା ମଧ୍ୟରୁ କେନ୍ଦ୍ରାପଡ଼ା ଅନ୍ୟତମ ଅଟେ। କେନ୍ଦ୍ରାପଡ଼ା ଜିଲ୍ଲାରେ ଏବେ ବନ୍ୟା ର ତାଣ୍ଡବ ବଢ଼ି ଚାଲିଛି। ବ୍ରାହ୍ମଣୀ ନଦୀଠୁ ଆରମ୍ଭ କରି ଅନ୍ୟ ନଦୀ ମାନଙ୍କର ବର୍ଦ୍ଧିତ ଜଳ ପ୍ରଭାବ ରେ ଆଳି, ପଟ୍ଟାମୁଣ୍ଡାଇ ବ୍ଲକ ସହ ଅନ୍ୟାନ୍ୟ ଅଂଚଳ ଜଳମଗ୍ନ। କଥାରେ ଅଛି - ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ। ଏହି ଅଂଚଳରେ ଜଳର ବହୁଳତା ପାଇଁ ଜନ ଜୀବନ ଆଜି ପ୍ରଭାବିତ। ଖାଦ୍ୟ ଠୁ ଆରମ୍ଭ କରି ବସ୍ତ୍ର ଓ ବାସଗୃହ ସବୁ ପ୍ରଭାବିତ। ଏହି ବିଭୀଷିକାକୁ ଲକ୍ଷ୍ୟ ରଖି କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କପଡା ଗୃହ ଥିଲେ ଦିଅନ୍ତୁ, ନଥିଲେ ନିଅନ୍ତୁକୁ ବନ୍ୟା ପ୍ରଭାବିତ ଲୋକମାନଙ୍କ ପାଇଁ ଉତ୍ସର୍ଗ କରାଯାଇଛି। ଯେଉଁ ବ୍ୟକ୍ତି ମାନଙ୍କର ବସ୍ତ୍ରର ଆବଶ୍ୟକତା ରହିଛି ସେମାନେ ବିନା ଦ୍ୱିଧାରେ ଆସି କପଡା ନେଇପାରିବେ। ଏହି କପଡା ଗୃହ ଟି କେନ୍ଦ୍ରାପଡ଼ା ଜିଲ୍ଲାର ସିଦ୍ଧ ବଳଦେବଜୀଉ ମନ୍ଦିର ନିକଟସ୍ଥ ଯାତ୍ରୀ ନିବାସ ନିକଟରେ ରହିଛି। ସବୁବେଳେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଭିନ୍ନ ଭିନ୍ନ ସେବା ସାଧାରଣ ଜନତା ପାଇଁ ଯୋଗାଇ ଆସିଥାଏ। ଆଜି ବନ୍ୟା ପ୍ରଭାବିତ ଲୋକମାନଙ୍କ ପାଇଁ କପଡା ଗୃହଟି ଉଦ୍ଧିଷ୍ଟ ବୋଲି ଟ୍ରଷ୍ଟର ସଂସ୍କୃତି ବିଭାଗୀୟ ଅଧିକାରୀ ସଞ୍ଜୀବ କୁମାର ତରାଇ ମତ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ ଟ୍ରଷ୍ଟର ଏହି ସେବା ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ନୀତି ଓ ଆଦର୍ଶ ରେ ପ୍ରଭାବିତ। ଆଜିର କାର୍ଯ୍ୟକ୍ରମକୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, କପଡା ଗୃହ ଥିଲେ ଦିଅନ୍ତୁ, ନଥିଲେ ନିଅନ୍ତୁର କାର୍ଯ୍ୟକାରୀ ସଭାପତି ମନୋଜ କୁମାର ରାଉତ ଓ ସମାଜସେବୀ ଦିଲୀପ କୁମାର ସାହୁ ରହି ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande