ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ପକ୍ଷାଘାତ ପୀଡିତଙ୍କୁ ଆର୍ôଥକ ସହାୟତା ପ୍ରଦାନ
ଧର୍ମଶାଳା,୧ଅଗଷ୍ଟ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଳକ ବଡ଼ମଙ୍ଗଳପୁର ଗ୍ରାମର ଦୈନିକ ଖବର କାଗଜ ବିତରକ ରାମଚନ୍ଦ୍ର ମହାନ୍ତି ( ଦାମ ) କିଛି ଦିନ ହେଲା ପକ୍ଷାଘାତର ଶୀକାର ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ଖବର ପାଇ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନିର୍ଦ୍ଦ
ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ପକ୍ଷାଘାତ ପୀଡିତଙ୍କୁ ଆର୍ôଥକ ସହାୟତା ପ୍ରଦାନ


ଧର୍ମଶାଳା,୧ଅଗଷ୍ଟ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଳକ ବଡ଼ମଙ୍ଗଳପୁର ଗ୍ରାମର ଦୈନିକ ଖବର କାଗଜ ବିତରକ ରାମଚନ୍ଦ୍ର ମହାନ୍ତି ( ଦାମ ) କିଛି ଦିନ ହେଲା ପକ୍ଷାଘାତର ଶୀକାର ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ଖବର ପାଇ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ର ସଦସ୍ୟମାନେ ତାଙ୍କ ଘରେ ପହଂଚି ଆର୍ôଥକ ସହାୟତା ପ୍ରଦାନ କରିବା ସହିତ ଦାମଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସ୍ୱଚନା ଅନୁଯାୟୀ ଦାମ ଗତ ୨୧ ତାରିଖ ସକାଳୁ ଜାରକା ଅଂଚଳରେ ଖବର କାଗଜ ବାଂଟୁଥିବା ବେଳେ ହଠାତ ଅସୁସ୍ଥତା ଅନୁଭବ କରିଥିଲେ। ପରେ ସେ ପକ୍ଷାଘାତର ଶିକାର ହୋଇଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଧର୍ମଶାଳା ଡାକ୍ତରଖାନାରେ ଭର୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ କିଛି ଦିନ ଚିକିତ୍ସାରେ ରହିବା ପରେ ସେ ଗତକାଲି ଘରକୁ ଫେରିଛନ୍ତି। ଏବେ ତାଙ୍କର ଗୋଟିଏ ଗୋଡ଼ ଅଚଳ ହୋଇପଡ଼ିଥିବା ବେଳେ ସେ କେଉଁ ଆଡ଼େ ଯା ଆସ କରିପାରୁ ନାହାନ୍ତି। ରେଗୁଲାର ଔଷଧ ଖାଇବା ସହିତ ଫିଜୋଥୋରାପି କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ସେ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବା ବେଳେ ପରିବାର ଆର୍ଥିକ ଅନାଟନରେ ବିତୁଛି । ଦାମ ନିଜେ ପରିବାରର ଏକ ମାତ୍ର ରୋଜଗାରିଆ ହୋଇଥିବା ବେଳେ ଏବେ ସେ ଅସୁସ୍ଥ ହୋଇ ଘରେ ପଡିରହିବା ଫଳରେ ପରିବାର ପ୍ରତିପୋଷଣ କଷ୍ଟକର ହୋଇପଡିଛି । ଆଜି ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ରାଜେଶ ପାଳ, ସୋମ୍ୟ ରଞ୍ଜନ ଘଟୁଆରି, ସମେତ ମଙ୍ଗଳପୁର ଗ୍ରାମର ମଦନ ମୋହନ ନାୟକ, ପରମେଶ୍ୱର ପଣ୍ଡା, ଅଶୋକ ସାହୁ, ଅଜୟ ନାୟକ କାଳି ପ୍ରସନ ସାହୁ. ଦେବାଶିଷ ଖୁଂଟିିଆ ପ୍ରମୁଖ ସେଠାକୁ ଯାଇଥିବା ବେଳେ ସାମ୍ବାଦିକ ବିମଳ ପତି ଓ ଗୁଲାମ ଗସଙ୍କ ଉପସ୍ଥିତିରେ ସହାୟତା ରାଶି ପ୍ରଦାନ କରାଯାଇଛି । ଧର୍ମଶାଳା ବିଧାୟକଙ୍କ ଏଭଳି ମହତ କାର୍ଯ୍ୟ ପାଇଁ ଧର୍ମଶାଳା ପ୍ରେସ କ୍ଲବ ଓ ଜାରକା ହକର ସଙ୍ଗଠନ ପକ୍ଷରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande