ଡାଙ୍ଗୁଆପୋଷି-ଜାରୋଲୀ ତୃତୀୟ ଓ ଚତୁର୍ଥ ରେଲୱେ ଲାଇନକୁ ମଂଜୁରୀ ପରେ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 1 ଅଗଷ୍ଟ (ହି.ସ.) -ଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଡାଙ୍ଗୁଆପୋଷିରୁ ଜାରୋଲି ମଧ୍ୟରେ ତୃତୀୟ ଏବଂ ଚତୁର୍ଥ ରେଲପଥ ଲାଇନ୍‌କୁ ମଂଜୁରି ଦେଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ
ଡାଙ୍ଗୁଆପୋଷି-ଜାରୋଲୀ     ତୃତୀୟ ଓ ଚତୁର୍ଥ ରେଲୱେ ଲାଇନକୁ ମଂଜୁରୀ ପରେ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 1 ଅଗଷ୍ଟ (ହି.ସ.)

-ଖ୍ୟମନ୍ତ୍ରୀ ଶ୍ରୀ

ମୋହନ ଚରଣ ମାଝୀ ଡାଙ୍ଗୁଆପୋଷିରୁ ଜାରୋଲି ମଧ୍ୟରେ ତୃତୀୟ ଏବଂ ଚତୁର୍ଥ ରେଲପଥ ଲାଇନ୍‌କୁ ମଂଜୁରି

ଦେଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ

ଧନ୍ୟବାଦ ଜଣାଇଛନ୍ତି। ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀ ଗତିଶକ୍ତି ରାଷ୍ଟ୍ରୀୟ ମାଷ୍ଟର ପ୍ଲାନ୍

ଅନ୍ତର୍ଗତ ଅନୁମୋଦିତ ହୋଇଛି, ଯାହା ରାଜ୍ୟର ଆଦିବାସୀ ଓ

ଖଣିଜ କ୍ଷେତ୍ରରେ ସଂଯୋଗ ଏବଂ ଆର୍ଥିକ ଗତିବିଧିକୁ ଗୁରୁତ୍ୱପୂର୍ଣ୍ଣ ଭାବେ ପ୍ରୋତ୍ସାହିତ କରିବ।

ମୁଖ୍ୟମନ୍ତ୍ରୀ ସୋସିଆଲ୍ ମିଡିଆ ମାଧ୍ୟମରେ, ଏହି ପଦକ୍ଷେପକୁ

ରୋଜଗାର ସୃଷ୍ଟି,

ଲଜିଷ୍ଟିକ୍ସକୁ ସଶକ୍ତ କରିବା ଏବଂ ସମ୍ପଦ-ସମୃଦ୍ଧ କିନ୍ତୁ ବିକାଶରୁ

ବଞ୍ଚିତ ଅଞ୍ଚଳଗୁଡ଼ିକୁ ତ୍ୱରିତ ଉନ୍ନତି ଦେବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି ।

ସେ କହିଛନ୍ତି ଯେ ଏହି

ପ୍ରକଳ୍ପ ଡବଲ୍ ଇଞ୍ଜିନ୍ ସରକାର ଙ୍କ ଡବଲ୍ ଉନ୍ନତି ବିଚାରଧାରାକୁ

ଦର୍ଶାଉଛି, ଯାହା ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ପାଇଁ

ରାଜ୍ୟର ଯାତ୍ରାକୁ ତ୍ୱରାନ୍ୱିତ କରୁଛି। ଏହି ନୂଆ ରେଲ୍ ଲାଇନ୍‌ଗୁଡ଼ିକ ଯାତାୟାତ ସମ୍ପର୍କିତ

ବାଧାକୁ ଦୂର କରିବା, ଶିଳ୍ପଗତ ଉନ୍ନତିକୁ ବଢ଼ାଇବା ଓ ସାମଗ୍ରୀ ଓ

ଯାତ୍ରୀମାନଙ୍କର ସୁଚାରୁ ଯାତାୟତ ନିଶ୍ଚିତ କରିବାରେ ସାହାଯ୍ୟ କରିବ, ଯାହା

ଦ୍ୱାରା ଏହି ଅଞ୍ଚଳର ସାମାଜିକ-ଆର୍ଥିକ ଉନ୍ନତିକୁ ବଳ ମିଳିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande