କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟରେ 33.50 ଟଙ୍କା ହ୍ରାସ
ନୂଆଦିଲ୍ଲୀ, 1 ଅଗଷ୍ଟ (ହି.ସ.)- ଅଏଲ୍ ମାର୍କେଟିଂ କମ୍ପାନୀଗୁଡିକ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦାମରେ ହ୍ରାସ କରିଛନ୍ତି। ସେମାନେ 19 କିଲୋ ବିଶିଷ୍ଟ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦାମରେ 33.50 ହ୍ରାସ କରିଛନ୍ତି । ଏହି ନୂଆ ଦାମ ଗତକାଲି ବିଳମ୍ବିତ ରାତିଠାରୁ କାର୍ଯ୍ୟକ୍ଷମ ହୋଇଯ
କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟରେ 33.50 ଟଙ୍କା ହ୍ରାସ


ନୂଆଦିଲ୍ଲୀ, 1 ଅଗଷ୍ଟ (ହି.ସ.)- ଅଏଲ୍ ମାର୍କେଟିଂ କମ୍ପାନୀଗୁଡିକ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦାମରେ ହ୍ରାସ

କରିଛନ୍ତି। ସେମାନେ 19 କିଲୋ ବିଶିଷ୍ଟ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦାମରେ 33.50 ହ୍ରାସ

କରିଛନ୍ତି । ଏହି ନୂଆ ଦାମ ଗତକାଲି ବିଳମ୍ବିତ ରାତିଠାରୁ କାର୍ଯ୍ୟକ୍ଷମ ହୋଇଯାଇଛି। ନୂଆ ଦାମ

ଅନୁଯାୟୀ, ଦିଲ୍ଲୀରେ 19 କିଲୋ ଭାରି କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦାମ ଏବେ 1631.50

ଟଙ୍କା ହୋଇଯାଇଛି, ଯାହା ପୂର୍ବରୁ 1665.00 ଟଙ୍କା ଥିଲା।

ଦାମ କମିବା ଫଳରେ ବହୁ ସଂଖ୍ୟକ ହୋଟେଲ୍, ରେଷ୍ଟୁରାଣ୍ଟ ଓ ଛୋଟ

ବ୍ୟବସାୟୀମାନେ ଆର୍ଥିକ ଭାବେ ଆଶ୍ୱସ୍ତ ହୋଇଛନ୍ତି । ତେବେ, ଓଏମସିସାଧାରଣ

ଗ୍ରାହକମାନଙ୍କ ପାଇଁ କୌଣସି ଆଶ୍ୱସ୍ତ ଦେଇନାହାନ୍ତି। 14.2 କିଲୋ ଘରୋଇ ଏଲପିଜି ସିଲିଣ୍ଡର

ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande