ଧର୍ମଶାଳା,୧ଅଗଷ୍ଟ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ମଣ୍ଡଳ ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନର ସାଧାରଣ ପରିଷଦ ବୈଠକ ଜାରକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ମାନିକ ପ୍ରସାଦ ସଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୋଡାଲ ପ୍ରଧାନ ଶିକ୍ଷକ ରଶ୍ମିରଂଜନ ସାମଲ, ନୀଳସୁନ୍ଦର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୃଷଭାନୁ ନାୟକ, ଗୋପାଳଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସେଠୀ ଅତିଥି ଭାବେ ଯୋଗଦେଇ କ୍ରୀଡାର ଉପାଦେୟତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସୁନୀତି ସେଠି ମଂଚ ପରିଚାଳନା କରିଥିଲେ । ଏଥିରେ ମଣ୍ଡଳ ସ୍ତରୀୟ ଖେଳକୁଦ ଗୁଡିକୁ ସୁଚାରୁରୂପେ ସମ୍ପାଦନ କରିବାସହ କୃତୀ କ୍ରୀଡା ପ୍ରତିଭା ଚୟନ ପାଇଁ ଜେନାପୁର- କବାଟବନ୍ଧ, ଦୌଲତପୁର-ଆରୁହା,କାଏମା-କୋତପୁର ଏବଂ ନେଉଳପୁର-ମୁରାରୀପୁର ଇତ୍ୟାଦି ବିଦ୍ୟାଳୟ ଗୁଡ଼ିକୁ ନେଇ ୪ ଗୋଟି ସବଜୋନ ପୁର୍ନ୍ନଗଠନ କରାଯାଇଥିଲା ଏବଂ ମଣ୍ଡଳ ସ୍ତରୀୟ କ୍ରୀଡା କମିଟି ମଧ୍ୟ ଗଠନ କରାଯାଇଥିଲା । ମଣ୍ଡଳର ସମସ୍ତ ଶାରୀରିକ ଶିକ୍ଷା ଶିକ୍ଷକ/ ଶିକ୍ଷୟିତ୍ରୀ ଓ ସାମୟିକ ଶାରୀରିକ ଶିକ୍ଷା ଶିକ୍ଷକ/ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ସଚ୍ଚିଦାନନ୍ଦ ବେହେରା, ବିରକିଶୋର ଧଳ, ଦିପାରାଣୀ ବିଶ୍ୱାଳ, ବିଶ୍ୱଭୂଷଣ ପାଣି, ଗୀତା ମହାନ୍ତି, ପୁର୍ଣଚନ୍ଦ୍ର ନାୟକ, ଅମର ମଣ୍ଡଳ, ମନୋଜ ସାମଲ,ନୀଳକଣ୍ଠେଶ୍ୱରୀ ସାହୁ, କମିଲିନ ମହାନ୍ତ, ପାର୍ବତୀ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ବୈଠକରେ ଜାରକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ବେହେରା ସ୍ୱାଗତ ଭାଷଣ ରଖିଥିବା ବେଳେ ମଣ୍ଡଳ କ୍ରୀଡା ସମ୍ପାଦକ ରବୀନ୍ଦ୍ର କୁମାର ମହାନ୍ତି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଶ୍ରୀଧର ସ୍ୱାଇଁ, ବେଦପାଠ କରିଥିଲେ । ଶ୍ୟାମସୁନ୍ଦର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ