ପୁରୀ, ୧ ଅଗଷ୍ଟ (ହି.ସ.) - ୧୯୭୧ରେ କୋଣାର୍କ ନିକଟ କୁରୁମ ଠାରେ ମିଳିଥିଲା ବୌଦ୍ଧ କୀର୍ତିରାଜି ର ଭଗ୍ନା୍ୱଶେଷ ଜ୍ଝ ଏହାର ସୁରକ୍ଷା ପାଇଁ ସେତେବେଳେ ଦାବୀ ହୋଇଥିଲା । ପ୍ରଚାର ପ୍ରସାର ଅବଅବାଭରୁ କୋଣାର୍କ କୁ ବୌଦ୍ଧ ପର୍ଯ୍ୟଟକ ଆସୁଥିବାବେଳେ, ସେଠାରୁ ୭ କି. ମି. ଦୂର କୋଣାର୍କ -କାକଟପୁର ରାସ୍ତାରେ ଗଲେ ବାମପଟେ କୁରୁମ ବୌଦ୍ଧ ପୀଠ ସାଇନ ବୋର୍ଡ ମରାଯାଇଥିଲେ ମଧ୍ୟ ପର୍ଯ୍ୟଟକ ଯାଉନାହାଁନ୍ତି । ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନ ସହର କୋଣାର୍କ ଠାରୁ ଅନତି ଦୂରରେ ରାଜ୍ୟ ପ୍ରତ୍ନତତ୍ୱ ବିଭାଗ ଅଧୀନରେ ରହିଛି ଏହି ଐତିହାସିକ ବୌଦ୍ଧପୀଠ । କୁରୁମ ଠାରେ ପର୍ଯ୍ୟଟନର ଭରପୂର ସୁଯୋଗ ରହିଛି । କୁରୂମ ଗ୍ରାମର ବିଦ୍ୟାଳୟ ପରିସରରେ ଗଛ ଲଗାଇବା ପାଇଁ ଗାତ ଖୋଳିବା ସମୟରେ ବୁଦ୍ଧ ଙ୍କ ମୂର୍ତି ମିଳିଥିଲା । ଗ୍ରାମବାସୀ ମାନେ ଘର ତିଆରି ପାଇଁ ନିଅଁ ଖୋଳିବା ସମୟରେ ବିଭିନ୍ନ ପ୍ରକାର ପ୍ରାଚୀନ ସାମଗ୍ରୀ ମିଳିଥିଲା। ଏ ସଂପର୍କରେ ତତ୍କାଳୀନ ବରିଷ୍ଠ ଶିକ୍ଷାବିତ ତଥା ଐତିହାସିକମାନଙ୍କୁ ଗ୍ରାମବାସୀମାନେ ଅବଗତ କରିଥିଲେ। ଗ୍ରାମବାସୀଙ୍କଠାରୁ ଅବଗତ ହେବାପରେ ଉକ୍ତ ସ୍ଥାନ ଖନନ କରାଯାଇଥିଲା । ୧୯୭୧ରେ ରାଜ୍ୟ ପ୍ରତ୍ନତତ୍ୱ ବିଭାଗ ଅଧୀନରେ ଉକ୍ତସ୍ଥାନ ଖଳନ କରାଯାଇଥିଲା। ନିକଟରେ ଥିବା ଧରମୁ ପୋଖରୀର ତୁଠପଥର ମୁହମାଡି ପଡିଥିବାବେଳେ. ତାକୁ ଓଲଟାଯିବା ପରେ ୫ ଫୁଟ ଉଚ୍ଚତା ତିନି ଫୁଟ ଓସାରର ଏକ ବୁଦ୍ଧ ମୂର୍ତି ମିଳିଥିଲା। ପର୍ଯ୍ୟଟନ ବିଭାଗ ଉକ୍ତ ପୀଠକୁ ପର୍ଯ୍ୟଟନ କ୍ୟାଲେଣ୍ଡରରେ ରଖିଥିବାବେଳେ ଉକ୍ତସ୍ଥାନର ବିକାଶ ଦିଗରେ କେବଳ ନିବା ବିଷ୍ଣୁ ସାଜିଥିବା ଦେଖାଯାଇଛି। ରାଜ୍ୟ ପତ୍ନତତ୍ୱ ବିଭାଗ ଏହି ସ୍ଥାନ କଥା ଭୁଲିଯାଇଥିବା ଅଂଚଳବାସୀ କହୁଛନ୍ତି । ରାଜ୍ୟ ପ୍ରବୃରକୁ ବିଭାଗ ଓ ପର୍ଯ୍ୟଟନ ବିଭାଗର ଅଧିକାରୀମାନେ କାଁଭାଁ ଉକ୍ତ ସ୍ଥାନ ପରିଦର୍ଶନ କରି ଏହି ସ୍ଥାନର ସ୍ଥିତି ଅନୁଧ୍ୟାନ କରି ଚାଲି ଯାଉଛନ୍ତି । କୌଣସି ଅଶାନୁରୂପ ବିକାଶ ହୋଇପାରିନାହିଁ। ଏବେ କୁରୁମ ଓ ଏହାର ଆଖପାଖ ଗ୍ରାମବାସୀଙ୍କୁ ନେଇ ଗଠିତ ଉନ୍ନୟନ କମିଟି ଉକ୍ତପୀଠର ବିକାଶ ପାଇଁ ଅଂଟା ଭିଡ଼ିଛନ୍ତି। ମାତ୍ର ରାଜ୍ୟ ପ୍ରତ୍ନତତ୍ୱ ବିଭାଗର ଉଦାସୀନତା ପାଇଁ ଏହି ସ୍ଥାନ ଏବେ ଜବରଦଖଲକୁ ଚାଲିଯିବା ସମ୍ଭାବନା ଦେଖାଦେଇଛି ଜ୍ଝ ଖନନ ହୋଇଥିବା ସ୍ଥାନରେ ପାଳଗଦା, ଜାଳ କାଠ, ପଥରଗଦା ଦେଖିବାକୁ ମିଳିଲାଣି ଜ୍ଝସେଠାରେ କେହି କେହି ଧାନଶୁଖାଉଥିବା ଦେଖାଯାଉଛି। କୁରୂମ ଗ୍ରାମର ଅଣବନ୍ଦୀ ସ୍ୱାଧୀନତା ସଂଗ୍ରାମୀ ଏହାର ଉନ୍ନତି ପାଇଁ ଚେଷ୍ଟା କରିଥିଲେ । ୨୯ ଡେସିମିଲ ସ୍ଥାନରୁ ବୌଦ୍ଧ କୀର୍ତିରାଜିର ଭଗ୍ନାବଶେଷ ଉଦ୍ଧାରକରାଯାଇଥିଲା। ତାହା ଏବେ ରାଜ୍ୟ ପ୍ରତ୍ନତତ୍ୱ ବିଭାଗ ଅଧୀନ ରେ ରହିଛି। ଉକ୍ତ ୨୯ ଡେସିମିଲ ସ୍ଥାନର କ୍ଷତିପୂରଣ ସରକାର ଦେଇ ନ ଥିବା ଅଭିଯୋଗ ହେଊଛି । ସେହି ସ୍ଥାନରେ ଗୋବର ଘସି ଶୁଖୁଥିବା ଦେଖାଯାଇଛି । ପର୍ଯ୍ୟଟନ ବିଭାଗ ଉକ୍ତ ପୀଠକୁ ପର୍ଯ୍ୟଟନ କ୍ୟାଲେଣ୍ଡରରେ ଘୋଷଣା କରି ଥିବା ବେଳେ ଉକ୍ତ ସ୍ଥାନର ବିକାଶ ଦିଗରେ କେବଳ ନିଦା ବିଷ୍ଣୁ ସାଜିଥିବା କୁହାଯାଉଛି।
ହିନ୍ଦୁସ୍ଥାନ ସମାଚାର / ବିଜୟ