ନୂଆଦିଲ୍ଲୀ, 01 ଅଗଷ୍ଟ (ହି.ସ.)
ଭାରତ ୭୯ତମ ସ୍ୱାଧୀନତା ଦିବସ ଉତ୍ସବ ପାଇଁ ପ୍ରସ୍ତୁତି କରୁଛି । ଏହି ପରିପ୍ରେକ୍ଷୀରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୧୫ ଅଗଷ୍ଟରେ ଲାଲକିଲ୍ଲାରୁ ଦେବାକୁ ଥିବା ନିଜର ସମ୍ବୋଧନ ପାଇଁ ସମସ୍ତ ଜନସାଧାରଣ ଚିନ୍ତାଧାରା ଓ ଭାବନା ସେୟାର କରିବାକୁ ଆହ୍ୱାନ କରିଛନ୍ତି ।
ଏକ୍ସ ରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଥିବା ଏକ ବାର୍ତ୍ତାରେ କହିଛନ୍ତି:
“ଧୀରେ ଧୀରେ ଚଳିତ ବର୍ଷର ସ୍ୱାଧୀନତା ଦିବସ ପାଖେଇ ଆସୁଛି । ମୁଁ ମୋର ସାଥୀ ଭାରତୀୟଙ୍କ ଚିନ୍ତାଧାରା ଶୁଣିବାକୁ ଉତ୍ସୁକ ଅଛି!
ଆପଣମାନେ ଚଳିତ ବର୍ଷ ସ୍ୱାଧୀନତା ଦିବସ ଭାଷଣରେ କେଉଁ ପ୍ରସଙ୍ଗ କିମ୍ବା ସିଦ୍ଧାନ୍ତକୁ ପ୍ରତିବିମ୍ବିତ ହେବା ଚାହାନ୍ତି?
ମାଇଁ ଗଭ ଏବଂ ନମୋ ଆପ୍ ର ଖୋଲା ମଞ୍ଚରେ ନିଜର ଚିନ୍ତାଧାରା ସେୟାର କରନ୍ତୁ...
---------------
ହିନ୍ଦୁସ୍ଥାନ ସମାଚାର / ଅନିଲ