ରାଜ୍ୟସଭାର କାର୍ଯ୍ୟ ସୋମବାର 11ଟା ଯାଏ ସ୍ଥଗିତ
ନୂଆଦିଲ୍ଲୀ, 1 ଅଗଷ୍ଟ (ହି.ସ.)-ବିହାରରେ ଭୋଟର ତାଲିକାର ବିଶେଷ ଗଭୀର ପୁନରୀକ୍ଷଣକୁ ନେଇ ଶୁକ୍ରବାର ମଧ୍ୟ ରାଜ୍ୟସଭାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ବିରୋଧୀଙ୍କ ହଙ୍ଗାମା କାରଣରୁ ରାଜ୍ୟସଭା ପ୍ରଥମେ ୧୨ଟା ପର୍ଯ୍ୟନ୍ତ ଓ ପରେ ସୋମବାର ସକାଳ ୧୧ଟା ପର୍ଯ୍ୟନ୍ତ ସ୍ଥଗ
ରାଜ୍ୟସଭାର କାର୍ଯ୍ୟ     ସୋମବାର 11ଟା ଯାଏ ସ୍ଥଗିତ


ନୂଆଦିଲ୍ଲୀ, 1 ଅଗଷ୍ଟ (ହି.ସ.)-ବିହାରରେ ଭୋଟର

ତାଲିକାର ବିଶେଷ ଗଭୀର ପୁନରୀକ୍ଷଣକୁ ନେଇ ଶୁକ୍ରବାର ମଧ୍ୟ ରାଜ୍ୟସଭାର କାର୍ଯ୍ୟ ବାଧାପ୍ରାପ୍ତ

ହୋଇଛି । ବିରୋଧୀଙ୍କ ହଙ୍ଗାମା କାରଣରୁ ରାଜ୍ୟସଭା ପ୍ରଥମେ ୧୨ଟା ପର୍ଯ୍ୟନ୍ତ ଓ ପରେ ସୋମବାର

ସକାଳ ୧୧ଟା ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି । ଶୁକ୍ରବାର ରାଜ୍ୟସଭାର କାର୍ଯ୍ୟ ଆରମ୍ଭ ହେବା

ସହିତ ଆବଶ୍ୟକ ଦସ୍ତାବିଜଗୁଡ଼ିକୁ ଗୃହରେ ଉପସ୍ଥାପିତ କରାଯାଇଥିଲା। ଏହା ପରେ ଉପସଭାପତି ହରିବଂଶ

କହିଥିଲେ ଯେ ଆଜି ବିହାର ସନ୍ଦର୍ଭରେ ଏସଆଇଆରକୁ ନେଇ ଅନେକ ଲୋକ ନୋଟିସ ଦେଇଛନ୍ତି। ଆଜି ୩୦ଜଣ

ସଦସ୍ୟ ଏହି ବିଷୟରେ ନୋଟିସ ଦେଇଥିଲେ, କିନ୍ତୁ ଉପସଭାପତି

ସେଗୁଡ଼ିକୁ ଅସ୍ୱୀକୃତ କରିଦେଇଛନ୍ତି । ଏହା ପରେ ଗୃହରେ ହଙ୍ଗାମା ଆରମ୍ଭ ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande