ଭୁବନେଶ୍ୱର, 12 ଅଗଷ୍ଟ (ହି.ସ.)- ସଚିବ ସ୍ତରୀୟ
ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ଫୋକସ। ୧୦ ଟି ଦିଗ ଉପରେ ଫୋକସ କରିବାକୁ ମୁଖ୍ୟ ଶାସନ ସଚିବ
ନିର୍ଦ୍ଦେଶ ଦେଇଛନ୍ତି । ସବୁ ଅଫିସରେ ଲାଗିବ ଏଆଇ କ୍ୟାମେରା। ପ୍ରଥମେ ଖାରବେଳ ଭବନ ଓ ଲୋକସେବା
ଭବନରେ ଲାଗିବ କ୍ୟାମେରା। ପରେ ଜିଲ୍ଳା ସ୍ତରୀୟ ସବୁ ସରକାରୀ ଅଫିସରେ ଏଆଇ କ୍ୟାମେରା ଲଗାଯିବ।
ନିର୍ଦ୍ଧାରିତ ସମୟରେ ଅଧିକାରୀ ମାନେ ଅଫିସ ଆସିବା ଉପରେ ଗୁରୁତ୍ବ। ଏଥିପାଇଁ ନୂଆ ମେକାନିଜମ
ବିକଶିତ କରାଯିବ। ଭଲ ପ୍ରଦର୍ଶନ ନଥିବା ଅଧିକାରୀଙ୍କ ଉପରେ ନଜର ରଖିବାକୁ ନିର୍ଦେଶ। ନିୟମିତ
ଭାବେ ସେମାନଙ୍କ କାର୍ଯ୍ୟର ସମୀକ୍ଷା କରାଯିବା ସହ ପ୍ରଦର୍ଶନରେ ସୁଧାର ଆଣିବାକୁ ସୁଯୋଗ
ଦିଆଯିବ। ପ୍ରଦର୍ଶନରେ ସୁଧାର ନ ଆସିଲେ ଆଗୁଆ ଅବସର ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ଵ। ମୁଖ୍ୟମନ୍ତ୍ରୀଙ୍କ
ଅଫିସରୁ ଆସୁଥିବା ୟୁଆଇ ନୋଟ ଉପର ତୁରନ୍ତ ଉତ୍ତର ଦେବା ସହ ପଦକ୍ଷେପ ନେବାକୁ ନିର୍ଦ୍ଦେଶ। ଦୁର୍ନୀତିର
ମୂଳ କାରଣ ଖୋଜିବା ସହ ଏ ଦିଗରେ ପଦକ୍ଷେପ ନେବାକୁ ନିର୍ଦେଶ। ଲୋକଙ୍କୁ ସେବା ପ୍ରଦାନରେ
କାହିଁକି ବିଳମ୍ବ ହେଉଛି ତାହାକୁ ଅନୁଧ୍ୟାନ କରାଯିବ। ଅକ୍ଟୋବରରୁ ଆରମ୍ଭ ହେବ ସିଏମ ଡାସ ବୋର୍ଡ । କେନ୍ଦ୍ରୀୟ
ସ୍କିମ ପ୍ରତିମାସ ୭ ତାରିଖରେ ଜିଲ୍ଲାପାଳ ସମୀକ୍ଷା କରିବେ। ୧୨ ତାରିଖରେ ଜଙ୍ଗଲ ଓ ପରିବେଶ
ବିଭାଗ ଓ ରାଜସ୍ୱ ବିଭଗ ସମୀକ୍ଷା କରିବେ । ସବୁ ବିଭାଗ ସେମାନଙ୍କ ବିଭାଗର ଖର୍ଚ୍ଚ ବୃଦ୍ଧି
ଉପରେ ଗୁରୁତ୍ବ । ଅଫିସର ମାନେ ଫିଲ୍ଡ ଭିଜିଟ
ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଧେଶ। ଏନଫୋର୍ସମେଂଟ ଉପରେ ସରକାର ଗୁରୁତ୍ଵ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା