ଦେଶର ବୀର ଯବାନମାନଙ୍କ ଜୀବନସାଥୀଙ୍କ ବେଦନା କୁ ନେଇ ଏକ ସଂଗୀତ ଆ ମୋ ସାଥି ଆ ର ଶୁଭମୁକ୍ତି
ଜୟପୁର, 16 ଅଗଷ୍ଟ (ହି.ସ.) ୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଷ୍ଟୁଡ଼ିଓ ୱେଭସ ଜୟପୁର ୟୁ ଟ୍ୟୁବ ଚାଁନେଲ ତରଫରୁ ଦେଶର ବୀର ଯବାନ ମାନଙ୍କର ପତ୍ନୀ ମାନଙ୍କର ବେଦନକୁ ନେଇ ଏକ ସୁନ୍ଦର ଗୀତ ଉନ୍ମୋଚିତ ହୋଇଛି l କରସୁଧା ଟିଏଟର ରେ କାରଗିଲ ଯୁଦ୍ଧ ରେ ସାମିଲ ହୋଇଥିବା ବୀର ଯବାନ ଶ୍ରୀଯୁକ୍ତ ନରସିଂହ ନାୟକ
ଦେଶର ବୀର ଯବାନମାନଙ୍କ ଜୀବନସାଥୀଙ୍କ ବେଦନା କୁ ନେଇ ଏକ ସଂଗୀତ ଆ ମୋ ସାଥି ଆ ର ଶୁଭମୁକ୍ତି


ଜୟପୁର, 16 ଅଗଷ୍ଟ (ହି.ସ.)

୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଷ୍ଟୁଡ଼ିଓ ୱେଭସ ଜୟପୁର ୟୁ ଟ୍ୟୁବ ଚାଁନେଲ ତରଫରୁ ଦେଶର ବୀର ଯବାନ ମାନଙ୍କର ପତ୍ନୀ ମାନଙ୍କର ବେଦନକୁ ନେଇ ଏକ ସୁନ୍ଦର ଗୀତ ଉନ୍ମୋଚିତ ହୋଇଛି l କରସୁଧା ଟିଏଟର ରେ କାରଗିଲ ଯୁଦ୍ଧ ରେ ସାମିଲ ହୋଇଥିବା ବୀର ଯବାନ ଶ୍ରୀଯୁକ୍ତ ନରସିଂହ ନାୟକ ଏବଂ ତାଙ୍କ ପତ୍ନୀ ହାତରେ ତ ଏହାର ଶୁଭମୁକ୍ତି ହୋଇ ଥିବା ବେଳେ ପୂର୍ବତନ ସୈନିକ ଭଲାନାଥ ଦେବନାଥ ଏବଂ ତାଙ୍କ ପତ୍ନୀ ଶୁକ୍ଲା ଦେବନାଙ୍କ ହସ୍ତରେ ଏହି ଗୀତକୁ you tube ରେ ଅପ୍ଲୋଡ଼ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଜୟପୁର ଶତାଧିକ କଳାକାର ଏବଂ ଜନସାଧାରଣ ଯୋଗ ସଂଗୀତ ଏବଂ ଏଇ ଗୀତର ଭିଡିଓ କୁ ଭୁରୀୟସୀ ପ୍ରଶଂସା କରିଥିଲେ l

ଏହି ଗୀତକୁ ଗାଇଛନ୍ତି ଶ୍ରୀମତୀ ନନ୍ଦିତା ଭଞ୍ଜ, ଏହି ଗୀତକୁ ରଚନା ଏବଂ ସ୍ୱର ସଂଯୋଜନା କରିଥିଲେ ଶ୍ରୀ ଧିରେନ ମୋହନ ପଟନାୟକ l ସଂଗୀତ ପରିଚାଳନା ଶ୍ରୀ ସୁବ୍ରତ ରାଉତରାୟ କରିଥିବା ବେଳେ ଶ୍ରୀ ପୀୟୂଷ ପଟନାୟକ ଏହାକୁ ଷ୍ଟୁଡ଼ିଓ ୱେଭସ ରେ ରେକର୍ଡିଙ୍ଗ ଏବଂ ମିକ୍ସିଙ୍ଗ କରିଥିଲେ l ଏଇ ଗୀତରେ ମହେଶ୍ୱର ନାୟକ, ଈଶ୍ୱର ସରାଫ, ରାହୁଲଦେବ ସାମନ୍ତରାୟ, ଶୁକମନ ଶଗଡ଼ିଆ, ଉମେଶ ପାଣିଗ୍ରାହୀ ବାଦ୍ୟଯନ୍ତ୍ର ରେ ସହାୟତା କରିଛନ୍ତି l ଏବଂ ଏଇ ଗୀତର ଭିଡିଓ ରେ ଶ୍ରୀଦିଲିପ ନାୟକ ଏବଂ କାବେରୀ ମିଶ୍ର ଅଭିନୟ କରିଥିବା ବେଳେ ମହମ୍ମଦ ସାରିଫ ମୁଖ୍ୟ ନିର୍ଦ୍ଦେଶକ ଏବଂ ଶ୍ରୀକାନ୍ତ ଦାଶ ଏବଂ ଜୟନ୍ତ ଦାଶ ସହ ନିର୍ଦ୍ଦେଶକ ରହିଥିଲେ l ଚିତ୍ରୋତ୍ତୋଳନ ଏବଂ ଭିଡିଓ ଏଡିଟିଂର ଦାୟିତ୍ୱ ଏଫ. ସି. ଫୋଟଗ୍ରାଫି ବହନ କରିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande