ପୂର୍ବ ଚମ୍ପାରଣ, ୦୨ ଅଗଷ୍ଟ(ହି.ସ.) – ବିହାରର ପୂର୍ବ ଚମ୍ପାରଣ ଜିଲ୍ଲା ନିବାସୀ ସେଂଡ ଆର୍ଟିଷ୍ଟ ମଧୁରେନ୍ଦ୍ର କୁମାର ବୈଶ୍ୱିକ ସ୍ତରରେ ରେକର୍ଡ଼ ବନାଇ ଇତିହାସ ରଚିଛନ୍ତି। ମଧୁରେନ୍ଦ୍ରଙ୍କ ନାମ ଲଣ୍ଡନ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ଼ରେ ରୁଜୁ ହୋଇଛି।
୩୧ ବର୍ଷୀୟ ସେଂଡ ଆର୍ଟିଷ୍ଟ ମଧୁରେନ୍ଦ୍ର କୁମାରଙ୍କୁ ଏହି ସମ୍ମାନ ବ୍ରିଟିଶ ପାର୍ଲିଆମେଂଟ ଲଣ୍ଡନରେ ଆୟୋଜିତ ଏକ ସମାରୋହ ସମୟରେ ଦିଆଯାଇଛି। ସମାରୋହରେ ଲଣ୍ଡନ ବୁକ୍ ଅଫ୍ ୱାଲ୍ଡ ରେକର୍ଡ଼ର ଅନ୍ତରାଷ୍ଟ୍ରୀୟ ଅଧ୍ୟକ୍ଷ ଡା. ଅବିନାଶ ଡି. ସକଂଡେ ଏବଂ ୟୁରୋପୀୟ ସଂଘର ପ୍ରମୁଖ ଡା. ଇବାନ ଗୈସୀନା ସଂଯୁକ୍ତ ରୂପେ ତାଙ୍କୁ ପ୍ରଶସ୍ତି ପତ୍ର, ସ୍ମୃତି ଚିହ୍ନ, ଅଂଗବସ୍ତ୍ର ସହିତ ମେଡାଲ ପିନ୍ଧାଇ ସମ୍ମାନୀତ କରିଥିଲେ।
ଏହି ଅବସରରେ ଲଣ୍ଡନ ବୁକ୍ ଅଫ୍ ୱାଲ୍ଡ ରେକର୍ଡ଼ର ଅନ୍ତରାଷ୍ଟ୍ରୀୟ ଅଧ୍ୟକ୍ଷ ଡା. ଅବିନାଶ ଡି. ସଂକୁଡେ କହିଛନ୍ତି ଯେ ମଧୁରେନ୍ଦ୍ର ଏକ ଉଜ୍ଜ୍ୱଳ କ୍ଷୀତିଜର ନେତୃତ୍ୱ କରିବାର ନୂଆ ଭାବନା ସହିତ ସାମାଜିକ ଜାଗରୁକତା ପାଇଁ ବାଲି ଏବଂ ପତ୍ର କଳାର ରଚନାତ୍ମକ ନୂଆ କୀର୍ତିମାନ ସ୍ଥାପିତ କରି ପ୍ରଶଂସନୀୟ ରେକର୍ଡ଼ କରିଛି। ଏଥିପାଇଁ ସେଂଡ ଆର୍ଟିଷ୍ଟ ମଧୁରେନ୍ଦ୍ରଙ୍କ ନାମ ଲଣ୍ଡନ ବୁକ୍ ଅଫ୍ ୱାଲ୍ଡ ରେକର୍ଡ଼ର ପ୍ରମାଣନ ସଂଖ୍ୟା ଏଲ୍ବିଓଡବ୍ଲ୍ୟୁଆର୍ଇ୪୦୧୯୯୦ରେ ସାମିଲ କରାଯାଇଛି। ଆମେ ଆପଣଙ୍କ କୀର୍ତିମାନକୁ ଆଗକୁ ବଢ଼ାଇ ମାନବତା ପାଇଁ ବିଶ୍ୱ ପଟଲରେ ପ୍ରେରଣା ସ୍ତ୍ରୋତ ହୋଇ ଭାରତର ଆଧାର ଆଡ଼କୁ ଅଗ୍ରସର।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି