ମୁମ୍ବାଇ, ୨ ଅଗଷ୍ଟ (ହି.ସ.)- ଶୁକ୍ରବାର ହିଂସା ପରେ ମହାରାଷ୍ଟ୍ରର ପୁଣେ ଜିଲ୍ଲାର ୟବତରେ କର୍ଫ୍ୟୁ ଜାରି କରାଯାଇଛି ଏବଂ ଆଗାମୀ ୪୮ ଘଂଟା ପାଇଁ ସମଗ୍ର ଅଂଚଳରେ ନିଷେଦ୍ଧାଦେଶ ଜାରି କରାଯାଇଛି । ପୋଲିସ ଏବଂ ସୁରକ୍ଷା ବାହିନୀ ଫ୍ଲାଗ ମାର୍ଚ୍ଚ ମଧ୍ୟ କରିଛନ୍ତି । ଏହା ସହିତ, ପୋଲିସ ଏହି ମାମଲାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କୁ ଗିରଫ କରିଛି ।
ଜିଲ୍ଲା ମାଜିଷ୍ଟ୍ରେଟ୍ ଜିତେନ୍ଦ୍ର ଡୁଡି ଏହା ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ, ଅଂଚଳରେ ଉତେଜନାପୂର୍ଣ୍ଣ ଶାନ୍ତି ରହିଛି ଏବଂ ଆଜି ୟବତ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଶନିବାର, ପୋଲିସ ୟବତର ସହକାର ନଗର, ଇନ୍ଦିରା ନଗର, ଷ୍ଟେସନ ରୋଡରେ ଅବସ୍ଥିତ ମସଜିଦ ପର୍ଯ୍ୟନ୍ତ ଏକ ଲମ୍ବା ମାର୍ଚ୍ଚ କରିଥିଲା ଏବଂ ଲୋକମାନଙ୍କୁ ଶାନ୍ତ ରହିବାକୁ ନିବେଦନ କରିଥିଲା ।
ପୁଣେ ଜିଲ୍ଲା ଗ୍ରାମୀଣ ପୋଲିସ ଅଧିକ୍ଷକ ସନ୍ଦୀପ ଗିଲ୍ କହିଛନ୍ତି ଯେ, ୟବତରେ ଜଣେ ଯୁବକ ସୋସିଆଲ ମିଡିଆରେ ଏକ ଆପତିଜନକ ପୋଷ୍ଟ ଭାଇରାଲ କରିବା ପରେ ଶୁକ୍ରବାର ସକାଳଠାରୁ ଉତେଜନା ସୃଷ୍ଟି ହୋଇଥିଲା । ଏହି ମାମଲାରେ, ପୋଲିସ ଆକ୍ରମଣ, ପୋଡ଼ାଜଳା, ଭଙ୍ଗାରୁଜା ପାଇଁ ଆପତିଜନକ ପୋଷ୍ଟ କରିଥିବା ଯୁବକଙ୍କ ସମେତ ୧୫ ଜଣଙ୍କୁ ଗିରଫ କରିଛି । ୟବତରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି ଏବଂ ଅଂଚଳରେ ଶାନ୍ତି ବଜାୟ ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ