ନୂଆଦିଲ୍ଲୀ, ୦୨ ଅଗଷ୍ଟ (ହି.ସ.) – କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଶନିବାର ଦିନ ଗୁରୁଗ୍ରାମରୁ ମାତୃବନ ର ଶୁଭାରମ୍ଭ କରି କହିଛନ୍ତି ଯେ, ଏହି ସବୁଜ ଆବରଣ ସମଗ୍ର ଦିଲ୍ଲୀ-ଏନସିଆର ପାଇଁ ହୃଦୟ ଏବଂ ଫୁସଫୁସ୍ ଭାବେର କାର୍ଯ୍ୟ କରିବ । ଏହି ପ୍ରକଳ୍ପ ଯୁବପିଢ଼ି ଏବଂ ବରିଷ୍ଠ ନାଗରିଙ୍କ ସମେତ ଜନସାଧାରଣଙ୍କୁ ସୁସ୍ଥ ଏବଂ ଚାପମୁକ୍ତ ଜୀବନଯାପନ ପାଇଁ ଏକ ଶାନ୍ତ ପରିବେଶ ପ୍ରଦାନ କରିବ । ଯାଦବ କହିଛନ୍ତି ଯେ, ଗୁରୁଗ୍ରାମ ଏକ ସ୍ୱଚ୍ଛ ଏବଂ ସବୁଜ ସହର ହେବ ଯାହା ଅନ୍ୟମାନଙ୍କ ପାଇଁ ଏକ ଆଦର୍ଶ ମିଲେନିୟମ ସହରର ଏକ ପ୍ରମୁଖ ଉଦାହରଣ ହେବ । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ନିର୍ମାଣ ଏବଂ ନଗର ବ୍ୟାପାର ମନ୍ତ୍ରୀ ମନୋହର ଲାଲ ମଧ୍ୟ ଭୂପେନ୍ଦ୍ର ଯାଦବଙ୍କ ସହିତ ଉପସ୍ଥିତ ଥିଲେ । ଶିଳ୍ପ ଏବଂ ଜଙ୍ଗଲ ମନ୍ତ୍ରୀ (ହରିଆଣା) ରାଓ ନରବୀର ସିଂହ ଏବଂ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ମଧ୍ୟ ଏହି ଅବସରରେ ଯୋଗ ଦେଇଥିଲେ । ଏହି ଅବସରରେ ଭୂପେନ୍ଦ୍ର ଯାଦବ କହିଥିଲେ ଯେ, ମାନବଜାତିକୁ ପୋଷଣ କରିବାରେ ପ୍ରକୃତି ମାତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ଏକ ପେଡ଼ ମା କେ ନାମ ପ୍ରୟାସ ହେଉଛି ପ୍ରକୃତି ମାତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନ୍ତର୍ଗତ ଏକ ଅଗ୍ରଣୀ ପ୍ରୟାସ । ଭୂପେନ୍ଦ୍ର ଯାଦବ ମିଶନ ଜୀବନ ଅଧିନରେ ବିଭିନ୍ନ ଉପାଦାନ ଉପସ୍ଥାପନ କରିଥିଲେ – ଖାଦ୍ୟ ବଂଚାନ୍ତୁ, ପାଣି ବଂଚାନ୍ତୁ, ଶକ୍ତି ବଂଚାନ୍ତୁ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଇ-କଚରା ପରିଚାଳନା, ଏକକ ବ୍ୟବହାର ପ୍ଲାଷ୍ଟିକ ଉପରେ ନିଷେଧ, ସୁସ୍ଥ ଜୀବନଶୈଳୀ ଗ୍ରହଣ କରନ୍ତୁ – ଏକ ଦୃଷ୍ଟିକୋଣ ଯାହାକୁ ପ୍ରଧାନମନ୍ତ୍ରୀ ବିଶ୍ୱ ସମ୍ମୁଖରେ ଉପସ୍ଥାପିତ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ