ଦେଓଘର, ୦୨ ଅଗଷ୍ଟ (ହି.ସ.)-
ଶ୍ରାବଣ ମାସରେଦେଓଘରର ବିଶ୍ୱ ପ୍ରସିଦ୍ଧ ବାବା ବୈଦ୍ୟନାଥ ଧାମରେ ଭକ୍ତଙ୍କ ଭିଡ଼
ନିରନ୍ତର ଜମିବାରେ ଲାଗିଛି। ଶନିବାର ଭୋର ୦୪:୦୯ ରେ ମନ୍ଦିରର ଦ୍ୱାର ଖୋଲିବା ମାତ୍ରେ ଜଳଦାନ
ଆରମ୍ଭ ହୋଇଥିଲା।ଜିଲ୍ଲା ପ୍ରଶାସନ ଅନୁଯାୟୀ, ଶ୍ରାବଣ ମେଳାରେ ଏପର୍ଯ୍ୟନ୍ତ
ମୋଟ ୪୪ ଲକ୍ଷ ଏକ ହଜାର ୮୫ ଜଣ ଭକ୍ତ ବାବା ବୈଦ୍ୟନାଥଙ୍କୁ ଜଳ ଅର୍ପଣ କରିଛନ୍ତି। ଦେଶର
ପ୍ରତ୍ୟେକ କୋଣ ଏବଂ ବିଦେଶରୁ ମଧ୍ୟ ଭକ୍ତମାନେ
ଭୋଲେନାଥଙ୍କୁ ଜଳଦାନ କରିବାକୁ ଆସୁଛନ୍ତି।କାଉଡିଆମାନେ ସୁଲତାନଗଞ୍ଜରୁ ଜଳ ନେଇ ୧୦୫ କିଲୋମିଟର
ପାଦରେ ଯାତ୍ରା କରି ଦେଓଘରର ବାବା ବୈଦ୍ୟନାଥ ଧାମରେ ପହଞ୍ଚି ଜଳଦାନ କରନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା