କର୍ଣ୍ଣାଟକରେ ବଜରଙ୍ଗ ଦଳ କର୍ମୀଙ୍କ ହତ୍ୟା ମାମଲାରେ ଏନଆଇଏ ଚଢାଉ
ନୂଆଦିଲ୍ଲୀ, ୨ ଅଗଷ୍ଟ (ହି.ସ.)- କର୍ଣ୍ଣାଟକରେ ବଜରଙ୍ଗ ଦଳ କର୍ମୀ ସୁହାସ ଶେଟ୍ଟୀଙ୍କ ହତ୍ୟା ମାମଲାରେ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ଶନିବାର ୧୮ ଟି ସ୍ଥାନରେ ଚଢାଉ କରିଛି। ଏହି କାର୍ଯ୍ୟାନୁଷ୍ଠାନ ମଙ୍ଗାଲୁରୁ, ଚିକ୍କାମଗଲୁରୁ ଏବଂ ହାସନ ଜିଲ୍ଲାରେ ନିଆଯାଇଛି। ଏନଆଇଏ ଅନୁଯାୟୀ, ଚଢାଉ ସମୟରେ ୧୧ ଟି
କର୍ଣ୍ଣାଟକରେ ବଜରଙ୍ଗ ଦଳ କର୍ମୀଙ୍କ ହତ୍ୟା ମାମଲାରେ ଏନଆଇଏ ଚଢାଉ


ନୂଆଦିଲ୍ଲୀ, ୨ ଅଗଷ୍ଟ (ହି.ସ.)- କର୍ଣ୍ଣାଟକରେ ବଜରଙ୍ଗ ଦଳ କର୍ମୀ ସୁହାସ ଶେଟ୍ଟୀଙ୍କ ହତ୍ୟା ମାମଲାରେ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ଶନିବାର ୧୮ ଟି ସ୍ଥାନରେ ଚଢାଉ କରିଛି। ଏହି କାର୍ଯ୍ୟାନୁଷ୍ଠାନ ମଙ୍ଗାଲୁରୁ, ଚିକ୍କାମଗଲୁରୁ ଏବଂ ହାସନ ଜିଲ୍ଲାରେ ନିଆଯାଇଛି।

ଏନଆଇଏ ଅନୁଯାୟୀ, ଚଢାଉ ସମୟରେ ୧୧ ଟି ମୋବାଇଲ୍ ଫୋନ୍‌, ୧୩ ଟି ସିମ୍ କାର୍ଡ, ୮ ଟି ମେମୋରୀ କାର୍ଡ ଏବଂ ଅନେକ ଆପତିଜନକ କାଗଜପତ୍ର ଜବତ କରାଯାଇଛି। ତଦନ୍ତ ସଂସ୍ଥା ଏହି ହତ୍ୟା ପଛରେ ଥିବା ଷଡ଼ଯନ୍ତ୍ର, ନେଟୱାର୍କ ଏବଂ ଅନ୍ୟାନ୍ୟ ଲିଙ୍କ୍ ତଦନ୍ତ କରିବାରେ ନିୟୋଜିତ ଅଛି।

ଚଳିତ ବର୍ଷ ମେ ମାସରେ ମଙ୍ଗଲୁରୁରେ ସୁହାସ ଶେଟ୍ଟୀ ହତ୍ୟା କରାଯାଇଥିଲା। ଅବଦୁଲ ସଫୱାନ ଏବଂ ତାଙ୍କ ସହଯୋଗୀଙ୍କ ଉପରେ ହତ୍ୟା ଅଭିଯୋଗ ରହିଛି। ହତ୍ୟା ପାଇଁ ଧାରୁଆ ଅସ୍ତ୍ର ବ୍ୟବହାର କରାଯାଇଥିଲା ଏବଂ ସମାଜରେ ଆତଙ୍କ ସୃଷ୍ଟି କରିବା ଉଦ୍ଦେଶ୍ୟ ଥିଲା। ଜୁନ୍ ମାସରେ ସ୍ଥାନୀୟ ପୋଲିସଠାରୁ ଏନଆଇଏ ମାମଲା ହାତକୁ ନେଇଥିଲା।

--------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande