ବାରାଣସୀ, ୨ ଅଗଷ୍ଟ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍କ ସଂସଦୀୟ କ୍ଷେତ୍ର ବାରାଣସୀରେ ପହଂଚି 'ଅପରେସନ୍ ସିନ୍ଦୂର'ର ସଫଳତାକୁ ବାବା ବିଶ୍ୱନାଥଙ୍କୁ ଉତ୍ସର୍ଗ କରିଛନ୍ତି । ସେ କହିଛନ୍ତି ଯେ, ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ନିର୍ଦ୍ଦୋଷ ଲୋକଙ୍କ ହତ୍ୟା ପରେ ଦେଶର ଝିଅମାନଙ୍କୁ ସିନ୍ଦୂର ଲଗାଇବା ପାଇଁ ସେ କାଶୀବାସୀଙ୍କ ଠାରୁ ନେଇଥିବା ପ୍ରତିଶ୍ରୁତି ଏବେ ପୂରଣ ହୋଇଛି । ଏହା କେବଳ ମହାଦେବଙ୍କ ଆଶୀର୍ବାଦରୁ ସମ୍ଭବ ହୋଇପାରିଛି ।
ପ୍ରଧାନମନ୍ତ୍ରୀ ମୋଦି ଶନିବାର ଦିନ ବାରାଣସୀର ସେବାପୁରୀ ବ୍ଲକର ବନୌଲି ଗ୍ରାମରେ ଆୟୋଜିତ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ସେ କହିଥିଲେ ଯେ, ଅପରେସନ ସିନ୍ଦୂର ପରେ ମୁଁ ପ୍ରଥମ ଥର ପାଇଁ କାଶୀ ଆସିଛି । ମୋର କାଶୀର ମାଲିକମାନେ, ଆପଣଙ୍କ ପ୍ରତିଶ୍ରୁତି ପାଳନ କରି ମୁଁ ଝିଅମାନଙ୍କ ସିନ୍ଦୂରର ପ୍ରତିଶୋଧ ନେଇଛି । ଅପରେସନର ସଫଳତାକୁ ମୁଁ ବାବା ବିଶ୍ୱନାଥଙ୍କ ପାଦରେ ସମର୍ପିତ କରୁଛି । ସେ କହିଥିଲେ ଯେ, କାଶୀ ଭଳି ପବିତ୍ର ସ୍ଥାନ ଶ୍ରାବଣ ମାସ ଏବଂ କୃଷକମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବାର ସୁଯୋଗ ପାଇବାଠାରୁ ବଡ଼ ସୌଭାଗ୍ୟ ଆଉ କିଛି ହୋଇନପାରେ । ସେ ମଂଚରୁ ହିଁ ମା ଗଙ୍ଗା, ବାବା ବିଶ୍ୱନାଥ ଏବଂ ମାର୍କଣ୍ଡେୟ ମହାଦେବଙ୍କୁ ପ୍ରଣାମ କରିଥିଲେ ଏବଂ କହିଥିଲେ ଯେ, ଶ୍ରାବଣ ମାସରେ ବାବାଙ୍କ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି, ସେ ଦର୍ଶନ ପାଇଁ ଯିବେ ନାହିଁ ଯାହାଦ୍ୱାରା କାହାକୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ