ନୂଆଦିଲ୍ଲୀ, ୨ ଅଗଷ୍ଟ (ହି.ସ.)- ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ ଅଗଷ୍ଟ ୧୬ ରୁ ସେପ୍ଟେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ପୁଣି ଥରେ ସାଧାରଣ ଲୋକଙ୍କ ପାଇଁ ଖୋଲିବ । ଏହି ସମୟ ମଧ୍ୟରେ ପ୍ରତି ମଙ୍ଗଳବାରରୁ ରବିବାର ସକାଳ ୧୦ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ପରିଦର୍ଶକମାନେ ଉଦ୍ୟାନ ପରିଦର୍ଶନ କରିପାରିବେ । ଶେଷ ପ୍ରବେଶ ସମୟ ସନ୍ଧ୍ୟା ୫ଟା ୧୫ ରେ ସ୍ଥିର କରାଯାଇଛି । ପ୍ରତି ସୋମବାର ଉଦ୍ୟାନ ରକ୍ଷଣାବେକ୍ଷଣ ପାଇଁ ବନ୍ଦ ରହିବ ।
ଶନିବାର ରାଷ୍ଟ୍ରପତି ଭବନ ଦ୍ୱାରା ଜାରି ଏକ ବିବୃତି ଅନୁଯାୟୀ, ବିଶେଷ ଅବସରରେ ଅମୃତ ଉଦ୍ୟାନରେ ସ୍ୱତନ୍ତ୍ର ବିଭାଗଗୁଡ଼ିକୁ ସ୍ୱତନ୍ତ୍ର ପ୍ରବେଶ ଦିଆଯିବ । ୨୯ ଅଗଷ୍ଟ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଖେଳାଳି ଏବଂ କ୍ରୀଡ଼ା ଜଗତ ସହିତ ଜଡ଼ିତ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶ ବ୍ୟବସ୍ଥା କରାଯାଇଛି । ସେହିପରି ୫ ସେପ୍ଟେମ୍ବର ଶିକ୍ଷକ ଦିବସ ଅବସରରେ ଶିକ୍ଷକମାନଙ୍କୁ ସ୍ୱତନ୍ତ୍ର ଭାବରେ ନିମନ୍ତ୍ରଣ କରାଯାଇଛି । ପରିଦର୍ଶକଙ୍କ ପ୍ରବେଶ ଏବଂ ପ୍ରସ୍ଥାନ ନର୍ଥ ଆଭେନ୍ୟୁ ରୋଡ ନିକଟରେ ଅବସ୍ଥିତ ଗେଟ୍ ନମ୍ବର ୩୫ ରୁ ହେବ । ଅମୃତ ଉଦ୍ୟାନରେ ପ୍ରବେଶ ମାଗଣା ହେବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ