ଝାରଖଣ୍ଡର ଶିକ୍ଷା ମନ୍ତ୍ରୀ ରାମଦାସ ସୋରେନ ବାଥରୁମରୁ ଖସିବା କାରଣରୁ ଗୁରୁତର ଭାବେ ଆହତ
ପୂର୍ବୀ ସିଂହଭୂମି, 2 ଅଗଷ୍ଟ (ହି.ସ.)- ଝାରଖଣ୍ଡର ଶିକ୍ଷାମନ୍ତ୍ରୀ ରାମଦାସ ସୋରେନ ଶନିବାର ଘୋଡ଼ାବାନ୍ଧା ଅଞ୍ଚଳରେ ଥିବା ତାଙ୍କର ଘରେ ହଠାତ୍ ବାଥରୁମ୍‌ରେ ଖସିପଡିଛନ୍ତି । ଏହି ଘଟଣାରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣା ପରେ ତାଙ୍କୁ ତୁରନ୍ତ ଜାମସେଦପୁରରେ ଥିବ
ଝାରଖଣ୍ଡର ଶିକ୍ଷା ମନ୍ତ୍ରୀ     ରାମଦାସ ସୋରେନ ବାଥରୁମରୁ ଖସିବା କାରଣରୁ ଗୁରୁତର ଭାବେ ଆହତ


ପୂର୍ବୀ ସିଂହଭୂମି, 2 ଅଗଷ୍ଟ (ହି.ସ.)- ଝାରଖଣ୍ଡର

ଶିକ୍ଷାମନ୍ତ୍ରୀ ରାମଦାସ ସୋରେନ ଶନିବାର ଘୋଡ଼ାବାନ୍ଧା ଅଞ୍ଚଳରେ ଥିବା ତାଙ୍କର ଘରେ ହଠାତ୍

ବାଥରୁମ୍‌ରେ ଖସିପଡିଛନ୍ତି । ଏହି ଘଟଣାରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣା ପରେ

ତାଙ୍କୁ ତୁରନ୍ତ ଜାମସେଦପୁରରେ ଥିବା ଟାଟା ମୋଟର୍ସ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ବ୍ରେନରେ ରକ୍ତ

ଜମି ରହିଥିବା ଜଣାପଡିଛି। ତାଙ୍କର ଅବସ୍ଥା ଗୁରୁତର ଥିବାରୁ, ଉତମ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ମାଧ୍ୟମରେ ତାଙ୍କୁ ଦିଲ୍ଲୀର ମେଦାନ୍ତା

ହସ୍ପିଟାଲ୍‌କୁ ରେଫର୍ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande