ଭୁବନେଶ୍ୱର, 2 ଅଗଷ୍ଟ (ହି.ସ.)- ସ୍ୱାଧୀନତା
ସଂଗ୍ରାମୀ ପିଙ୍ଗଳି ଭେଙ୍କୟାଙ୍କୁ ତାଙ୍କ ଜୟନ୍ତୀ ଅବସରରେ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଜାତୀୟ
ପତାକା ‘ତିରଙ୍ଗା’ର ରଚନାକାର, ମହାନ ସ୍ୱାଧୀନତା ସଂଗ୍ରାମୀ
ପିଙ୍ଗଳି ଭେକୟା ଜୀଙ୍କ
ଜୟନ୍ତୀରେ ମୁଁ ତାଙ୍କୁ ସାଦର ଶ୍ରଦ୍ଧାଞ୍ଜଳି ଜଣାଉଛି। ଭେକୟା ଜୀଙ୍କ ଦ୍ୱାରା ରଚିତ ‘ତିରଙ୍ଗା’ କେବଳ ଏକ ପତାକା ନୁହେଁ, ବରଂ ଏହା ଭାରତୀୟ ଆତ୍ମାର ଏକ ଅଭିବ୍ୟକ୍ତି — ଯାହା ସ୍ୱାଧୀନତା ଆନ୍ଦୋଳନରେ
କୋଟି କୋଟି ଭାରତୀୟଙ୍କୁ ଏକତ୍ର କରିଥିଲା।
ରାଷ୍ଟ୍ରୀୟ ପତାକା ‘ତିରଙ୍ଗା’ ଆମର ଜାତୀୟ ଜାଗୃତି, ବଳିଦାନ ଓ ସ୍ୱାଭିମାନର ଜୀବନ୍ତ ପ୍ରତୀକ ଅଟେ, ଯାହା ଦେଶକୁ
ଏକତାର ସୂତ୍ରରେ ବାନ୍ଧି ରଖିଛି। ଭେକୟା ଜୀଙ୍କ ରାଷ୍ଟ୍ରଭକ୍ତି ଆଗାମୀ ପିଢିକୁ ସର୍ବଦା ପ୍ରେରଣା ଦେଉଥିବ
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା